ଜାଣନ୍ତୁ ଆଜିର ରାଶିଫଳ

ମେଷ: ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ଆପଣଙ୍କ ସହିତ କୌଣସି ବନ୍ଧୁ ମିଶିବା ପାଇଁ ଆସିବେ। ‌

ବୃଷ: ଚାକିରିଜୀବୀଙ୍କୁ ନୂଆ ପ୍ରକଳ୍ପ ଉପରେ କାମ କରିବାର ମଉକା ମିଳିବ। କୌଣସି ବଡ଼ ବୁଝାମଣା ଭାବିଚିନ୍ତି କରନ୍ତୁ। ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବ।

ମିଥୁନ: ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଚାକିରିଜୀବୀଙ୍କ ବଦଳି ମନ ପସନ୍ଦ ଜାଗାକୁ ‌ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରିୟତମଙ୍କୁ ମନର କଥା କହିବେ।

ସିଂହ: କଠିନ ପରିସ୍ଥିତିରେ ସଂଯମରେ କାମ କରନ୍ତୁ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କନ୍ୟା: ଆପଣଙ୍କର କଳାତ୍ମକ କ୍ଷମତାର ବିକାଶ ହେବ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। ଜୀବନସାଥୀ ଭଲ ଖବର ଶୁଣାଇବେ।

ତୁଳା: ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ନିତିଦିନିଆ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବ। ସୁସମ୍ବାଦ ପାଇବେ। ଅନ୍ତରଙ୍ଗ ବନ୍ଧୁ ସହିତ ମିଶିବା ଲାଗି ତାଙ୍କ ଘରକୁ ଯିବେ।

ବିଛା: କ୍ୟାରିୟରରେ ଉନ୍ନତି ଲାଗି ଭଲ ଦିନଟିଏ। କୌଣସି କାମରେ ଘର ଲୋକଙ୍କ ସାହାଯ୍ୟ ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ଧନୁ: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ବହୁଦିନରୁ ତଲାସରେ ଥିଲେ। କୌଣସି ବଡ଼ ଉଦ୍ୟୋଗ ସହିତ ଯୋଡ଼ିବାର ମଉକା ପାଇବେ। ପ୍ରେମିକାଙ୍କୁ କୌଣସି ଉପହାର ଦେଇପାରନ୍ତି।

ମକର: ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବାର ମଉକା ପାଇବେ। ବ୍ୟବସାୟରେ ଲାଭ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ନେବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।

କୁମ୍ଭ: ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା ରଖନ୍ତୁ ନାହିଁ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

ମୀନ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ଆର୍ଥିକ ଯୋଜନାରେ ସଫଳ ରହିବେ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ବୈବାହିକ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର