ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ବ୍ୟବସାୟରେ ଭଲ ରୋଜଗାର ହେବ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି।

ବୃଷ: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କାମର ବୋଝ ବଢ଼ିବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ମିଥୁନ: ବାଲ୍ୟ ବନ୍ଧୁ ସହ ଦେଖା ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ଛାତ୍ର କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

କର୍କଟ: ନୂଆ କାମ ପ୍ରତି ଆଗ୍ରହ ବଢ଼ିବ। ଆପଣଙ୍କ ଶୈଳୀ ଲୋକମାନଙ୍କୁ ପସନ୍ଦ ହେବ। କାରବାରରେ ବାକି ଥିବା ଜରୁରୀ କାମ ସପୂର୍ଣ୍ଣ କରିବେ।

ସିଂହ: କୋର୍ଟ କାମରେ ବରିଷ୍ଠଙ୍କ ସାହାଯ୍ୟ ନେବେ। ଆପଣ କୌଣସି ଗୋପନୀୟ କଥା ଜାଣିବେ। ଆପଣଙ୍କ ଝିଅ ଗର୍ବ ଅନୁଭବ କରାଇପାରନ୍ତି।

କନ୍ୟା: ବିଭିନ୍ନ ଉତ୍ସରୁ ଅର୍ଥଲାଭ କରିପାରନ୍ତି। ଆପଣଙ୍କ ସୃଜନ ପ୍ରତିଭା ସ୍ପଷ୍ଟଭାବେ ଦେଖାଦେବ। ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ।

ତୁଳା: ଆପଣ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବନ୍ଧୁ ସଂଖ୍ୟା ବୃଦ୍ଧି ହୋଇପାରେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ।

ବିଛା: ଚାକିରିଆଙ୍କୁ କାମରେ ସଫଳତା ମିଳିବ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ସାଙ୍ଗର ଜନ୍ମଦିନ ଉତ୍ସବକୁ ଯାଇପାରନ୍ତି।

ଧନୁ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। କାରବାରରେ ଆମଦାନି ପୂର୍ବ ଅପେକ୍ଷା ଭଲ ହେବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

ମକର: ସମାଜରେ ଉଚିତ ଆଦର ଓ ସମ୍ମାନ ମିଳିବ। କ୍ୟାରିୟରରେ ଉନ୍ନତିର ରାସ୍ତା ଖୋଲିବ। କିଣାବିକା ପାଇଁ ଦିନଟି ଭଲ।

କୁମ୍ଭ: ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ। ନୂଆ କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଶିକ୍ଷାର୍ଥୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

ମୀନ: ସବୁ ଅଶାନ୍ତି ଦୂର ହେବ। ବିଶେଷ କାମରେ ଆପଣଙ୍କୁ ସଫଳତା ହାସଲ ହେବ। ଆପଣ ବିଦେଶୀ କଂପାନିର ଅଂଶୀଦାର ହୋଇପାରନ୍ତି।

ସମ୍ବନ୍ଧିତ ଖବର