ମେଷ: ସ୍ଥଗିତ କାମ ସମାପ୍ତ କରି ପାରିବେ। ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବଡ଼ ନିବେଶ ପାଇଁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଭଲ ରହିବ।
ମିଥୁନ: ଧୢାନ ଓ ଯୋଗ ମାଧୢମରେ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବା ଶିଖିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବୈବାହିକ ଜୀବନରେ ଖୁସି ବଜାୟ ରହିବ।
କର୍କଟ: ବନ୍ଧୁ ଓ ପରିଜନଙ୍କ ସହ ସମୟ ଅତିବାହିତ କରିବେ। କ୍ୟାରିୟରରେ ପରିବର୍ତ୍ତନ ଆଣିବାରେ ସଫଳ ହେବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।
ସି˚ହ: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି।
କନ୍ୟା: ମାତାପିତାଙ୍କ ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହୋଇପାରେ। କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।
ତୁଳା: ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।
ବିଛା: ଆପଣ ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ମନ ଉତ୍ସାହରେ ଭରିବ। ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତ ପାଇଁ ଦିନଟି ଭଲ।
ଧନୁ: ଜୀବନର କୌଣସି କ୍ଷେତ୍ରରେ ସୁଧାର ହେବ। ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଅଚାନକ ଧନଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ।
ମକର: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ସବୁ ସମସ୍ୟାର ନିବାରଣ ହେବ। ବନ୍ଧୁ ସହିତ କୌଣସି କଥାରେ ତର୍କ ହୋଇପାରେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।
କୁମ୍ଭ: କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ କରିପାରନ୍ତି। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ମୀନ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ବନ୍ଧୁ ସହିତ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଉତ୍ତମ ରହିବ।