ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯେଉଁ କାମ ପୂରା କରିବାକୁ ଭାବିବେ ସେଥିରେ ବାଧା ସୃଷ୍ଟି ହୋଇପାରେ। ଘରୋଇ ସାମଗ୍ରୀ କିଣିବା ଲାଗି ବଜାରକୁ ଯିବେ। ପୁରୁଣା ବନ୍ଧୁଙ୍କ ଘରକୁ ଯିବା ଲାଗି ଭାବିପାରନ୍ତି।

ବୃଷ: ଭାବିଥିବା କାମ ବନ୍ଧୁ ସହାୟତାରେ ପୂରା ହେବ। ସଂପର୍କୀୟଙ୍କ ଠାରୁ ବହୁତ ଭଲ ଖବର ପାଇବେ। ଅଚାନକ ଧନଲାଭ ହେବ।

ମିଥୁନ: ମନ ଶାନ୍ତ ରଖନ୍ତୁ, କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପ୍ରେମୀ ଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।

କର୍କଟ: ଆପଣଙ୍କ ଉଦ୍ୟମ ସଂପୂର୍ଣ୍ଣରୂପେ ସଫଳ ହେବ। କୌଣସି କଥାକୁ ନେଇ ମନର ଆଶଙ୍କା ଦୂର ହେବ। ପରିବାର ତଥା ସମାଜର ଲୋକ ସାହାଯ୍ୟ କରିବେ।

ସିଂହ: ମନରେ ନୂଆ ନୂଆ ବିଚାର ଆସିବ। ସହକର୍ମୀଙ୍କ ପ୍ରଶଂସାରେ ଲାଭ ହେବ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ଧନଲାଭର ବଡ଼ ମଉକା ପାଇବେ।

କନ୍ୟା: ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ। ଉଦ୍ୟୋଗରେ ଚାକିରି ଲାଗି ଡାକରା ଆସିପାରେ। କୌଣସି ବ୍ୟକ୍ତିଙ୍କ ସଂପର୍କରେ ଭ୍ରାନ୍ତ ଧାରଣା ହେବ।

ତୁଳା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ଅବସର ପାଇବେ। ସୁସମ୍ବାଦ ପାଇବେ। ଅଧା ରହିଥିବା କାମ ପୂରା ହୋଇଯିବ।

ବିଛା: ବ୍ୟବସାୟ ସମାରୋହରେ ସାମିଲ ହେବାର ସୁଯୋଗ ମିଳିବ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ପରିଶ୍ରମ ବଳରେ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ।

ଧନୁ: ଆପଣଙ୍କ ବିଚାର ଶୁଣିବାକୁ ଲୋକେ ଉତ୍ସୁକ ହେବେ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। ପାରିବାରିକ ଜୀବନରେ ସୁଖୀ ରହିବେ।

ମକର: ମନର ଇଚ୍ଛା ପୂରା ହେବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ। ଆର୍ଥିକ ମାମଲାରେ ଲାଭ ହେବ। ଶତ୍ରୁମାନେ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ।

କୁମ୍ଭ: ଚାକିରି ଖୋଜୁଥିବା ଲୋକ ଭଲ ଖବର ପାଇପାରନ୍ତି। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। କୌଣସି ନୂଆ କାହାଣୀ ଲେଖିବା ପାଇଁ ମନରେ ନୂଆ ବିଷୟ ଆସିବ।

ମୀନ: ପରିବାର ଲୋକଙ୍କ ଗହଣରେ ଯଥେଷ୍ଟ ସମୟ କାଟିବେ। ସବୁ କିଛି ଆପଣଙ୍କ ମନ ମୁତାବକ ହୋଇନପାରେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର