ଜାଣନ୍ତୁ ଆଜିର ରାଶିଫଳ

ମେଷ: ସପରିବାର ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ସନ୍ତାନ ସୁଖ ପାଇବେ। ଆପଣଙ୍କର କିଛି କାମରେ ବାଧା ଉତ୍ପନ୍ନ ହୋଇପାରେ।

ବୃଷ: ନିଜ ସାମର୍ଥ୍ୟ ବଳରେ ସବୁ କାମ ପୂରା କରିନେବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: ନିଜର ଶକ୍ତିକୁ ଭଲ କାମରେ ଲଗାଇପାରନ୍ତି। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

କର୍କଟ: କୌଣସି ମାମଲାରେ ଆପଣ ବଡ଼ ନିଷ୍ପତ୍ତି ନେବେ। କେହି ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ଆପଣଙ୍କ ସବୁ ଅଶାନ୍ତିର ସମାଧାନ ବାହାରିବ।

ସିଂହ: ପାରିବାରିକ ଜୀବନ ଆନନ୍ଦମୟ ହେବ। କିଛି ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଭାଗୀଦାରି କାରବାରରେ ଯଥେଷ୍ଟ ଲାଭ ପାଇବେ।

କନ୍ୟା: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ବ୍ୟବସାୟରେ ନୂଆ ବିଚାର ପ୍ରୟୋଗରୁ ନିବୃତ୍ତ ରୁହନ୍ତୁ। ସହପାଠୀଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି।

ତୁଳା: ବାପା ମାଆଙ୍କ ପରାମର୍ଶ ଲାଭଦାୟକ ହୋଇପାରେ। ମାନ ସମ୍ମାନରେ ବୃଦ୍ଧି ହେବ। କୌଣସି ସମାରୋହକୁ ଯିବାର ଯୋଜନା କରିପାରନ୍ତି।

ବିଛା: ଅଧିକାଂଶ କାମ ଧୀରେ ଧୀରେ ସଂପୂର୍ଣ୍ଣ ହେବ। ଅନ୍ୟମାନଙ୍କ ଠାରୁ କିଛି ଶିଖିବାର ମଉକା ପାଇବେ। ବନ୍ଧୁ ସହ କୌଣସି ବିଶେଷ ମାମଲାରେ କଥା ହୋଇପାରନ୍ତି।

ଧନୁ: ରାସ୍ତାରେ ଯିବାବେଳେ ପ୍ରିୟବନ୍ଧୁ ସହ ଦେଖା ହୋଇପାରେ। ଅଚାନକ ଧନଲାଭ ହେବ। ଅଫିସରେ କାମ କରୁଥିବା ବେଳେ ବାଲ୍ୟ ଜୀବନର ସ୍ମୃତି ତାଜା ହେବ।

ମକର: ନୂଆ ଲୋକମାନଙ୍କ ସହ ମିଶିବାର ସୁଯୋଗ ପାଇପାରନ୍ତି। କୌଣସି ବନ୍ଧୁ ମାଧ୍ୟମରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଆପଣଙ୍କ କାମର ପ୍ରଶଂସା ହୋଇପାରେ।

କୁମ୍ଭ: ଆପଣଙ୍କର ମନସ୍କାମନା ପୂରଣ ହେବ। ସମାଜ‌ରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯିବାର ଅବସର ପାଇବେ।

ମୀନ: ବନ୍ଧୁ ଠାରୁ ଖୁସି ଖବର ମିଳିବ। କ୍ୟାରିୟରରେ ସଫଳତାର ଖୁବ୍ ନିକଟକୁ ପହଞ୍ଚିବେ। ବୈବାହିକ ସମସ୍ୟାର ସମାଧାନ ହେବ।

ସମ୍ବନ୍ଧିତ ଖବର