ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଚାକିରିରେ ପଦୋନ୍ନତିର ସମ୍ଭାବନା ଦେଖାଦେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

ବୃଷ: ଦୀର୍ଘ ଦିନରୁ ଖୋଜୁଥିବା ଜିନିଷ ଆଜି ହାସଲ କରିବେ। ଆପଣଙ୍କ କାମ ପ୍ରତ୍ୟେକ ଜାଗାରେ ପ୍ରଶଂସିତ ହେବ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିବ।

ମିଥୁନ: କୋର୍ଟ ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। କାହାରିକୁ ଧାର ଦିଅନ୍ତୁ ନାହିଁ। ନିଜକୁ ଆର୍ଥିକ ରୂପେ ସୁଦୃଢ଼ କରିବା ଯୋଜନାରେ ସଫଳ ହେବେ।

କର୍କଟ: ଛୋଟଛୋଟ କଥାରେ ଖୁସି ଖୋଜିବାରେ ସଫଳ ହେବେ। ଭୂସଂପତ୍ତି ନେଇ ଫଇସଲା ଆପଣଙ୍କ ପକ୍ଷରେ ଆସିବ। ସମସ୍ତେ ଆପଣଙ୍କ ପ୍ରତିଭାର ପ୍ରଶଂସା କରିବେ।

ସିଂହ: ଆପଣ ନିଜକୁ ନେଇ ଗୌରବ ଅନୁଭବ କରିବେ। ଆପଣଙ୍କ କଳାତ୍ମକ କ୍ଷମତାର ବିକାଶ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

କନ୍ୟା: କାମରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ। ଅଳଙ୍କାର ବ୍ୟବସାୟୀ ସାବଧାନତା ଅବଲମ୍ବନ କରନ୍ତୁ। ଭାବନାତ୍ମକ ଭାରସାମ୍ୟ ବଜାୟ ରଖିବାକୁ ଚେଷ୍ଟା କରିବେ।

ତୁଳା: ଚାକିରିଆମାନେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବଡ଼ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ପ୍ରଯୁକ୍ତି ବିଜ୍ଞାନ ଓ ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।

ବିଛା: ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାର କରିନେବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ନିଜକୁ ସାମର୍ଥ୍ୟବାନ କରିବା ଲାଗି ଫଳପ୍ରଦ ନିଷ୍ପତ୍ତି ନେବେ।

ଧନୁ: ଦିନଟି ଆପଣଙ୍କ ଲାଗି ଆଶାଠୁଁ ଅଧିକ ଭଲ ରହିବ। ଠିକ୍ ମାର୍ଗରେ ଆଗକୁ ଅଗ୍ରସର ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ବାପାଙ୍କ ସାହାଯ୍ୟ ପାଇବେ।

ମକର: ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କିଛି ଉପହାର ଦେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: କ୍ୟାରିୟରରେ ଉନ୍ନତି ପାଇଁ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧରେ ସ୍ଥିରତା ଆସିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ରାଜନୀତିରେ ଆର୍ଥିକ ଲାଭ ହେବ।

ମୀନ: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବାର ଅବସର ପାଇବେ। ବିବାହ ପ୍ରସ୍ତାବ ଆସିବ। ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସ କାମରେ ସମସ୍ତଙ୍କ ସହଯୋଗ ପାଇବେ।

ସମ୍ବନ୍ଧିତ ଖବର