ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅର୍ଥର ଅଭାବ ଅନୁଭବ କରିପାରନ୍ତି। ଜୀବନସାଥୀ ଆପଣଙ୍କ ପ୍ରତି ଦୟାଳୁ ରହିବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ବନ୍ଧୁ ସାହାଯ୍ୟରେ ଜରୁରୀ ପ୍ରସ୍ତୁତି କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇପାରନ୍ତି।

ମିଥୁନ: ବରିଷ୍ଠଙ୍କ ସାହାଯ୍ୟ ମିଳିବ। କାରବାରରେ ଆଶାଠୁଁ ଅଧିକ ଲାଭ ହେବ। ଜୀବନସାଥୀଙ୍କୁ ଭଲ ଉପହାର ଦେବା ପାଇଁ ଯୋଜନା କରିପାରନ୍ତି।

କର୍କଟ: ଦିନଟି ବ୍ୟସ୍ତତାରେ କଟିବ। ଆପଣଙ୍କ କାମ କିଛି ସମୟ ପାଇଁ ବନ୍ଦ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ।

ସିଂହ: ଭାବିଥିବା କାମ ପୂରା କରିବାରେ ସମୟ ଲାଗିପାରେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କନ୍ୟା: କ୍ୟାରିୟର ସମ୍ବନ୍ଧରେ ଭଲ ଖବର ପାଇବେ। ପଇସା ନେଇ ବିଭିନ୍ନ ଚିନ୍ତା ଆସିପାରେ। ଓକିଲଙ୍କୁ ବଡ଼ ମକଦ୍ଦମାରେ ଲାଭ ମିଳିପାରେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ତୁଳା: ଆପଣ ନୂଆ ବିଚାରରେ ପୂର୍ଣ୍ଣ ରହିବେ। ପରିବାର ଲୋକ ଘର କାମରେ ସାହାଯ୍ୟ କରିବେ। ଜୀବନ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ପାଇବେ।

ବିଛା: ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ। ବାପା ମାଆଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ ବାକି କାମ ସହଜରେ ସଂପୂର୍ଣ୍ଣ ହୋଇଯିବ।

ଧନୁ: ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। ଭାବିଥିବା କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ସନ୍ଧାନରେ ବଡ଼ ସଫଳତା ମିଳିବ।

ମକର: କାରବାରରେ ଅଚାନକ ବାଧା ଆସିପାରେ। ବଡ଼ଙ୍କ ସହଯୋଗରେ ସବୁ ଠିକ୍ ହୋଇଯିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ।

କୁମ୍ଭ: ବ୍ୟବସାୟରେ ନୂଆ ବିଚାର ପ୍ରୟୋଗ କରି ସଫଳ ହେବେ। ଅଧିକାରୀ ବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ଜମି ସମ୍ବନ୍ଧୀୟ କାମ ପୂରା ହୋଇଯିବ।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନୂଆ ଲୋକଙ୍କ ସହ ମିଶନ୍ତୁ, ଲାଭ ମିଳିବ। ନିବେଶ କଲେ ଭବିଷ୍ୟତ ଲାଗି ଲାଭଦାୟକ ହେବ।

ସମ୍ବନ୍ଧିତ ଖବର