ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ସମୟ ବିତିବ। କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ବଡ଼ଭାଇଙ୍କ ସହଯୋଗ ପାଇବେ।

ବୃଷ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ମିଥୁନ: ଅଧୁରା କାମ ପୂରା ହେବ। ଜୀବନସାଥୀଙ୍କ ସହ ବସି କଥା ହେଲେ ସମ୍ବନ୍ଧରେ ତିକ୍ତତା ଦୂର ହେବ। ଅନ୍‍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ।

କର୍କଟ: କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଶତ୍ରୁଙ୍କୁ ପରାସ୍ତ କରିବେ। ଚାକିରିରେ ପଦୋନ୍ନତିର ଯୋଗ ଅଛି।

ସିଂହ: ବ୍ୟବସାୟ ସମ୍ବନ୍ଧୀୟ ପ୍ରଗତି ଲାଗି ଭଲ ଦିନଟିଏ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

କନ୍ୟା: ନିଜକୁ ଶକ୍ତିବାନ ଅନୁଭବ କରିବେ। ଉନ୍ନତିର ପଥ ଖୋଲିବ। କୌଣସି କାମ ପୂରା କରିବା ଲାଗି ଜୀବନସାଥୀଙ୍କ ପରାମର୍ଶ ଭଲ ରହିବ। ଘରକୁ ବନ୍ଧୁ ଆସିବେ।

ତୁଳା: ପୁରୁଣା ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ବେକାରଙ୍କୁ ଭଲ କଂପାନିରେ ଚାକିରି ମିଳିବ। ଶିକ୍ଷାର୍ଥୀ ଲେଖାପଢ଼ା ପ୍ରତି ଗମ୍ଭୀର ହେବେ।

ବିଛା: କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଘର ଓ ଅଫିସର ପରିବେଶ ଆପଣଙ୍କ ଲାଗି ଶାନ୍ତିଦାୟକ ହେବ। ପିଲାମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ।

ମକର: ନୂଆ କାମ ଆରମ୍ଭ କରିବା ଲାଗି ଭାବିବେ। ବଡ଼ କଂପାନି ସହ ଡିଲ୍ କରିବାରେ ସଫଳ ହେବେ। କଳାକାରଙ୍କ ଲାଗି ଦିନଟି ବହୁତ ଭଲ।

କୁମ୍ଭ: କାର୍ଯ୍ୟ ପୂରା କରିବା ପାଇଁ ପରିବାର ଲୋକଙ୍କ ସହଯୋଗ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଆଇନ ଛାତ୍ର ଭଲ ଓକିଲଙ୍କ ସହ କାମ କରିବାର ଅବସର ପାଇବେ।

ମୀନ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ସମ୍ବନ୍ଧିତ ଖବର