ମେଷ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ରାଜନୀତିରେ ଥିବା ଲୋକ ସଫଳତା ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି। ପ୍ରେମିକା ସହିତ ସମ୍ପର୍କ ମଜଭୁତ ହେବ।
ବୃଷ: ଚାକିରିଆଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖି ନିଅନ୍ତୁ। ସାଥୀଙ୍କ ସ୍ନେହ ମିଳିବ।
ମିଥୁନ: ଆପଣଙ୍କ ସ୍ବଭାବକୁ କୋମଳ ରଖନ୍ତୁ। ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିବ। ମନର ବ୍ୟଥା ପାଖ ଲୋକଙ୍କୁ କୁହନ୍ତୁ, ମନ ହାଲୁକା ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।
କର୍କଟ: ସହକର୍ମୀ ଆପଣଙ୍କ କାମର ପ୍ରଶଂସା କରିବେ। ବ୍ୟବସାୟରେ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହୋଇପାରେ। ଛାତ୍ରଙ୍କୁ କୌଣସି ନୂଆ ପ୍ରକଳ୍ପ ମିଳିବ।
ସିଂହ: ପରିବାରରେ କୌଣସି ଲୋକଙ୍କ ସହିତ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ।
କନ୍ୟା: ନୂଆ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଓକିଲ ପୁରୁଣା ମକଦ୍ଦମା ଜିଣିବେ। ଡାକ୍ତରଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।
ତୁଳା: ଆହ୍ବାନକୁ ସହଜରେ ସମାଧାନ କରିଦେବେ। ପୂର୍ବରୁ କରିଥିବା ଭୁଲ୍ ପାଇଁ ପଶ୍ଚାତ୍ତାପ କରିବେ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
ବିଛା: ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଅବିବାହିତଙ୍କ ଲାଗି ଭଲ ପ୍ରସ୍ତାବ ଆସିବ। ପୁସ୍ତକ ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ଇଂଜିନିଅର ଛାତ୍ରଙ୍କ ଲାଗି ଭଲ ଦିନଟିଏ।
ଧନୁ: ଆପଣଙ୍କ ଲାଗି ଦିନଟି ବହୁତ ଭଲ। ଚାକିରି ବୃତ୍ତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ନୂଆ ବସ୍ତ୍ର କିଣିବାରେ ଅଧିକ ଖର୍ଚ୍ଚ କରିବେ।
ମକର: ଅଧୁରା କାମ ବନ୍ଧୁ ସାହାଯ୍ୟରେ ସଂପୂର୍ଣ୍ଣ କରିବେ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।
କୁମ୍ଭ: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ।
ମୀନ: ଲୋକମାନଙ୍କ ଆଗରେ ଆପଣଙ୍କର ଭାବମୂର୍ତ୍ତି ଭଲ ରହିବ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।