publive-imageମେଷ: ଠାକୁର ଦର୍ଶନ ପାଇଁ ଯିବେ। ନୂଆ ବେପାର କରିବାକୁ ଚାହୁଁଥିଲେ ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କାମର ବୋଝ ଯୋଗୁଁ ଘରକୁ ଫେରିବାକୁ ଡେରି ହୋଇପାରେ।

Advertisment

publive-imageବୃଷ: ନିଜ ଶକ୍ତିକୁ ଭଲ କାମରେ ଲଗାଇବେ। କଳାକାରଙ୍କୁ ଦକ୍ଷତା ପ୍ରଦର୍ଶନ ଲାଗି ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କ କାମ ସଂପୂର୍ଣ୍ଣ ହେବ।

publive-imageମିଥୁନ: କୌଣସି ଖୁସି ଖବର ପାଇବେ। ଅଫିସରେ ସାଥିରେ କାମ କରୁଥିବା ଲୋକଙ୍କର ପୂରା ସହଯୋଗ ପାଇବେ। ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟବର୍ତ୍ତୀ ହେବେ। ‌

publive-image

କର୍କଟ: ବନ୍ଧୁ ଘରକୁ ଯିବା ଆସିବା ଲାଗି ରହିବ। କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ରାସ୍ତାରେ ସାବଧାନ ରହନ୍ତୁ। ବନ୍ଧୁ ସହ ଲାଗି ରହିଥିବା ମତଭେଦ ଦୂର ହେବ।‌

publive-imageସିଂହ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ବୁଝାମଣା ବଜାୟ ରହିବ। ନୂଆ ଲୋକଙ୍କ ସହିତ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ସ୍ମରଣୀୟ ହେବ। ‌

publive-imageକନ୍ୟା: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅଫିସରେ କୌଣସି କାମକୁ ନେଇ ଅଧିକ ବ୍ୟସ୍ତ ରହିବେ। ବକେୟା ଅର୍ଥ ପାଇବେ। ନୂଆ ଜମି କିଣିବା ପୂର୍ବରୁ କାଗଜପତ୍ର ଭଲରେ ଯାଞ୍ଚ କରନ୍ତୁ।

publive-imageତୁଳା: ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ସଭାକୁ ଯିବାର ଯୋଜନା କରିବେ। ଜୀବନସାଥୀଙ୍କୁ ଆପଣଙ୍କ ସଚ୍ଚୋଟତା ପ୍ରଭାବିତ କରିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageବିଛା: ଆପଣଙ୍କର ମନ ଆଧ୍ୟାତ୍ମିକ ରହିବ। ଆତ୍ମୀୟ ସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଚାକିରିଆ ମହିଳାଙ୍କ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବେ। ଉଚ୍ଚଶିକ୍ଷା ଲାଗି ଦିନଟି ବହୁତ ଭଲ।

publive-imageଧନୁ: ମନ ଶାନ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ପରିବାର ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।

publive-image
ମକର: ଭାବିଥିବା କାମ ଧୀରେଧୀରେ କରି ସଂପୂର୍ଣ୍ଣ ହେବ। ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

publive-image

କୁମ୍ଭ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିଅର ସଂପର୍କିତ ନୂଆ ସୁଯୋଗ ପାଇବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଅବିବାହିତଙ୍କ ବିବାହ ଲାଗି କଥାବାର୍ତ୍ତା ଆରମ୍ଭ ହେବ।

publive-imageମୀନ: ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ରାସ୍ତାରେ ଯିବାବେଳେ ପ୍ରିୟ ବନ୍ଧୁ ସହ ଦେଖା ହୋଇପାରେ। ଜମି ସମ୍ପର୍କିତ ସମସ୍ୟା ସମାପ୍ତ ହୋଇଯିବ।