ମେଷ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ପରିବାରରେ ଭଲ ପରିବେଶ ରହିବ। ଅଫିସରେ ଅଧୁରା କାମ ପୂରା କରିବାକୁ ଚେଷ୍ଟା କରିବେ।
ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଶୁଭ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଟେଣ୍ଟ ହାଉସ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ମିଥୁନ: ସବୁ ଆହ୍ବାନର ସାମ୍ନା କରିବାରେ ସଫଳ ହେବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ବିରୋଧୀ କ୍ଷତି କରିବାକୁ ଚେଷ୍ଟା କରି ଅସଫଳ ହେବେ।
କର୍କଟ: କୌଣସି ସାମାଜିକ ସଂଗଠନରେ ମିଶିବାର ମଉକା ପାଇବେ। ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ଖୁସି ଖବର ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ସିଂହ: ରଚନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଚାକିରି ବଦଳାଇବା ବିଷୟରେ ଚିନ୍ତା କରିବେ। କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।
କନ୍ୟା: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଚାରିଆଡ଼େ ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ହେବ।
ତୁଳା: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ମନପ୍ରାଣ ଢାଳି କାମ କଲେ ସଫଳତାର ପାହାଚ ଚଢ଼ିବେ।
ବିଛା: ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବ। ଅଫିସରେ ସାବଧାନତା ଅବଲମ୍ବନ କରନ୍ତୁ। ଭାଷା ଉପରେ ଯେତେ ନିୟନ୍ତ୍ରଣ ରଖିବେ ସେତେ ଲାଭ ହେବ।
ଧନୁ: କାର୍ଯ୍ୟାଳୟରେ ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଧନ ସଂଚୟ ଲାଗି ଯୋଜନା କରି ପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ। ସ୍ମରଣୀୟ ଅନୁଭୂତି ହାସଲ କରିବେ।
ମକର: ଇଜିନିଅରଙ୍କୁ ଆର୍ଥିକ ଲାଭ ହେବ। ପ୍ରେମ ସମ୍ବନ୍ଧରେ ଉତ୍ସାହ ଓ ଆକର୍ଷଣ ବଢ଼ିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
କୁମ୍ଭ: ସମ୍ବନ୍ଧରେ ବ୍ୟବଧାନ ଦୂର କରିବା ପାଇଁ ଭଲ ଦିନଟିଏ। ସମସ୍ତେ ଆପଣଙ୍କ କଥା ଦ୍ବାରା ପ୍ରଭାବିତ ହେବେ। ବନ୍ଧୁର ପରାମର୍ଶ କାମରେ ଆସିବ। ଦାମ୍ପତ୍ୟ ସୁଖ ବଢ଼ିବ।
ମୀନ: ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଟଙ୍କା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପିଲାଙ୍କ ସଫଳତାରେ ଗର୍ବ ଅନୁଭବ କରିବେ।