publive-imageମେଷ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଅଫିସରେ ଅଧିକ କାମ କରିବା ଯୋଗୁଁ ଜୀବନସାଥୀଙ୍କ ସହ ବୁଲିବାର କାର୍ଯ୍ୟକ୍ରମ ବାତିଲ କରିବେ। ‌

Advertisment

publive-imageବୃଷ: ଘରକୁ ଅଚାନକ କୌଣସି ବନ୍ଧୁ ଆସି ପାରନ୍ତି। ବାଦ ବିବାଦ ଠାରୁ ଦୂରରେ ରହନ୍ତୁ। କଥା ହେବାବେଳେ ନିଜର ଭାଷାରେ ସଂଯମ ରଖନ୍ତୁ। ବେପାରରେ ଲାଭ ହେବ। ‌

publive-imageମିଥୁନ: ପରିବାର ସହ ଜଡ଼ିତ କୌଣସି ଦାୟିତ୍ବ ନିର୍ବାହ କରିବେ। ବନ୍ଧୁ ମାଧ୍ୟମରେ ଆପଣଙ୍କର ଯୋଜନା ସଫଳ ହେବ। ଅଫିସରେ ଦୀର୍ଘ ଦିନରୁ ବାକିଥିବା କାମ ସଂପୂର୍ଣ୍ଣ ହେବ। ପ୍ରେମ ଜୀବନ ମଧୁର ରହିବ। ‌

publive-image

କର୍କଟ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଅର୍ଥ ସମ୍ବନ୍ଧରେ ବଡ଼ ଫଇସଲା ଭାବିଚିନ୍ତି ନେବା ଦରକାର। ଘର ଲୋକଙ୍କ ସହିତ ବାହାରକୁ ବୁଲି ଯିବେ।

publive-imageସିଂହ: ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଗଣମାଧ୍ୟମରେ କାର୍ଯ୍ୟରତ ଲୋକଙ୍କ କାମର ପ୍ରଶଂସା ହେବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହଯୋଗ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ସଂପର୍କରେ ଭଲ ଖବର ପାଇବେ।

publive-imageକନ୍ୟା: କୌଣସି ବ୍ୟକ୍ତିଙ୍କ ଠାରୁ ଆଶା ଠାରୁ ଅଧିକ ଲାଭ ପାଇବେ। ମହିଳାମାନେ ନୂଆ ଉଦ୍ୟୋଗ ଆରମ୍ଭ କରିବା ଲାଗି ଦିନଟି ଭଲ। ପ୍ରେମୀଯୁଗଳ ସୁଖଦ ସମୟ କାଟିବେ।

publive-imageତୁଳା: ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। କୌଣସି କାମ ସଂପୂର୍ଣ୍ଣ କରିବାରେ ସମୟ ଲାଗିବ। ଅଫିସରେ କିଛି ଲୋକ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ଭଲ ଫଳ ପାଇବା ଲାଗି ଅଧିକ ପରିଶ୍ରମ କରନ୍ତୁ।

publive-imageବିଛା: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

publive-imageଧନୁ: ଆପଣ ବୁଲାବୁଲିରେ ଅଧିକ ସମୟ ଅତିବାହିତ କରିବେ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ।

publive-image
ମକର: ଭଲଭାବେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ବଡ଼ଙ୍କ ସହଯୋଗରେ କ୍ୟାରିୟର ଆଗକୁ ବଢ଼ିବ।

publive-image

କୁମ୍ଭ: ପିଲାମାନେ ଆପଣଙ୍କୁ କୌଣସି ଖୁସି ଖବର ଦେବେ। ସୃଜନଶୀଳ କାମ ପାଇଁ ଆପଣଙ୍କର ଖ୍ୟାତି ବଢ଼ିବ। ପରିବାରରେ ସଭିଏଁ ଖୁସି ହେବେ। ଆପଣଙ୍କର ସକାରାତ୍ମକ ଭାବନା ଆପଣଙ୍କୁ ଲାଭବାନ କରିବ।

publive-imageମୀନ: ଧର୍ମକାର୍ଯ୍ୟରେ ରୁଚି ନେବେ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଛାତ୍ର ଶିକ୍ଷକଙ୍କର ସହଯୋଗ ପାଇବେ।