ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରିୟବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିରେ ମନ ପସନ୍ଦର ପଦବି ପାଇବେ।

ବୃଷ: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଦୀର୍ଘ ଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ପାରିବାରିକ ଜୀବନ ସୁଖକର ହେବ। ରାଜନୀତିରେ ସଫଳତା ପାଇବେ।

ମିଥୁନ: ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିବେ। ଶିକ୍ଷାର୍ଥୀଙ୍କ ଧ୍ୟାନ ପାଠପଢ଼ାରେ ଲାଗି ରହିବ।

କର୍କଟ: ମନକଥା ମନରେ ରଖନ୍ତୁ। ଅଫିସରେ ପରିବେଶ ଟିକେ ପରିବର୍ତ୍ତନ ହେବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ।

ସିଂହ: କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣୁଥିବା ଲୋକଙ୍କୁ ଲାଭ ମିଳିବ। କଠିନ ବିଷୟ ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା କରିବେ।

କନ୍ୟା: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ପରିବାରରେ ସବୁ ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ।

ତୁଳା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ନୂଆ ସଂପର୍କ ଆପଣଙ୍କ ତାଲିକାରେ ଯୋଡ଼ିବେ। ଆମଦାନି ବୃଦ୍ଧି ପାଇଁ ଯୋଜନା ତିଆରି କରିବେ।

ବିଛା: ଆପଣଙ୍କର ବହୁ ଦିନର ସ୍ବପ୍ନ ସାକାର ହେବ। ମହିଳାମାନଙ୍କୁ ବିଶେଷ ଖବର ମିଳିବ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ।

ଧନୁ: ସାରାଦିନ ମନ ପ୍ରସନ୍ନ ରହିବ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି।

ମକର: ମନକୁ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଉଦ୍ୟୋଗରେ ନିଯୁକ୍ତ ଲୋକଙ୍କୁ ନୂଆ କାମ ମିଳିବ। ଦମ୍ପତି ଜୀବନକୁ ଆନନ୍ଦମୟ କରିବାକୁ ଲାଗି ରହିବେ।

କୁମ୍ଭ: ଚାକିରି ବୃତ୍ତିରେ ସଫଳତା ପାଇବେ। ଧାର୍ମିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ।

ମୀନ: କୌଣସି ଦରିଦ୍ର ଲୋକଙ୍କ କାମରେ ଆସିବେ। ଅଫିସରେ ଆପଣଙ୍କ କାମକୁ ନେଇ ପ୍ରଶଂସା ହେବ। କଣ୍ଠଶିଳ୍ପୀଙ୍କୁ କୌଣସି ମଞ୍ଚରେ ଗାଇବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର