ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ପ୍ରିୟଜନଙ୍କ ମିଳନ ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ।

ବୃଷ: ମାନସିକ ରୂପେ ସୁସ୍ଥ ରହିବେ। ଶୁଭ ଖବର ମିଳିବ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ମନକୁ ବହୁତ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନର କଥା କହିପାରନ୍ତି। ଚାକିରିଆଙ୍କୁ ପଦୋନ୍ନତିର ସୂଚନା ମିଳିବ। ବିବାହିତ ବ୍ୟକ୍ତିଙ୍କ ଲାଗି ଭଲ ଦିନଟିଏ।

କର୍କଟ: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଆପଣଙ୍କ ବିଚାରକୁ ଲୋକଙ୍କ ସମର୍ଥନ ମିଳିବ। ଭୂସଂପତ୍ତି କିଣିବାର ଯୋଗ ରହିଛି। ଘରକୁ ବନ୍ଧୁ ଆସିବେ।

ସିଂହ: ନିଜର ପ୍ରତିଭା ବିକାଶ ଲାଗି କୌଣସି ବଡ଼ ମଉକା ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ।

କନ୍ୟା: ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅଭିଜ୍ଞତା ହାସଲ ହେବ। ଶୀତବସ୍ତ୍ର ବ୍ୟବସାୟୀଙ୍କୁ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଲାଗି କିଛି ବିଶେଷ କରିବେ।

ତୁଳା: ଘରୋଇ ଖର୍ଚ୍ଚ କମ୍ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶିକ୍ଷକଙ୍କର ବଦଳି ମନ ପସନ୍ଦ ଜାଗାକୁ ହେବ। ଘରୋଇ ଉଦ୍ୟୋଗରେ ନିଯୁକ୍ତ ଲୋକଙ୍କୁ ଖୁସି ଖବର ମିଳିବ।

ବିଛା: ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ କାଟିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

ଧନୁ: ଅଫିସରେ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

ମକର: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। କାରବାରରେ ଆଶାତୀତ ଲାଭ ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

କୁମ୍ଭ: ନୂଆ ବିଚାର ପରଖିବା ପାଇଁ ସମୟ ଉତ୍ତମ। ପରିଶ୍ରମର ସକାରାତ୍ମକ ପରିଣାମ ପାଇବେ। ଧନଲାଭର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ଯୋଜନା ତିଆରି କରି ଅଧ୍ୟୟନ କରନ୍ତୁ।

ମୀନ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ସାବଧାନତାର ସହ ଯାନ ଚଳାନ୍ତୁ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର