ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ।

 

ବୃଷ: ଭଲ କଂପାନିରେ ଚାକିରିର ସୁଯୋଗ ଆସିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଆପଣଙ୍କ ମନ ଆତ୍ମବିଶ୍ବାସରେ ପୂର୍ଣ୍ଣ ରହିବ। ରାଜନେତାଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ପ୍ରେମୀଯୁଗଳଙ୍କ ମନରେ ପରସ୍ପର ପ୍ରତି ବିଶ୍ବାସ ସ୍ଥାପିତ ହେବ।

କର୍କଟ: ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ। ସଫଳତା ଲାଗି ନୂଆ ସୁଯୋଗ ହାତରେ ଲାଗିବ। ବ୍ୟବସାୟ କାମରେ ବ୍ୟସ୍ତ ରହିପାରନ୍ତି। ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଦେବେ।

ସିଂହ: ଧର୍ମକାମରେ ମନ ଲାଗି ରହିବ। ଘରର ସମସ୍ତଙ୍କ ସହ ଉତ୍ତମ ବୁଝାମଣା ରହିବ। ଯାନବାହାନ କିଣିବାର ଯୋଗ ଅଛି। ଶିକ୍ଷାର୍ଥୀଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।

କନ୍ୟା: ଅତୀତର କଥାକୁ ନେଇ ଚିନ୍ତିତ ରହିବେ। ନିକଟ ସଂପର୍କୀୟ ଆପଣଙ୍କ କ୍ୟାରିୟର ସମୃଦ୍ଧ କରିବେ। କମ୍ପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ। ବିବାହିତ ବ୍ୟକ୍ତି ପ୍ରସନ୍ନ ରହିବେ।

 

ତୁଳା: ଆପଣ ଅଧିକ ଭାବପ୍ରବଣ ହେବେ। ଚାକିରିଆଙ୍କର ଭଲ ସ୍ଥାନକୁ ବଦଳି ହେବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ କରୁଥିବା ବ୍ୟକ୍ତି ସାଥୀଙ୍କୁ ବୁଝିବାକୁ ଚେଷ୍ଟା କରିବେ।

 

ଧନୁ: ଆପଣଙ୍କ ବ୍ୟବହାର ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ବ୍ୟବସାୟରେ ଉନ୍ନତି ହେବ। ଭଲ କଂପାନିରେ ସାକ୍ଷାତକାର ଲାଗି ଖବର ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ମକର: ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଭାବିଚିନ୍ତି ଫଇସଲା ନିଅନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ଶିକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ।

 

କୁମ୍ଭ: ଆପଣ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁମାନଙ୍କ ସହିତ ସମୟ କାଟିବା ଯୋଗୁଁ ମନ ଖୁସି ରହିବ। ବେକାରଙ୍କୁ ନିଯୁକ୍ତି ମିଳିବ। ରାଜନୀତିରେ ସଫଳତା ପାଇବେ।

ମୀନ: ଅଫିସରେ ପଦୋନ୍ନତିର ଯୋଗ ଅଛି। ମନକୁ ଅଚାନକ ଏମିତି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିବ। ପାରିବାରିକ ଜୀବନରେ ସୁଖୀ ରହିବେ।

ସମ୍ବନ୍ଧିତ ଖବର