ମେଷ: ନୂଆ କାମ ଶିଖିବାରେ ଆପଣଙ୍କ ମନ ଲାଗିବ। ବ୍ୟବସାୟର ବୃଦ୍ଧି ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
ବୃଷ: ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ଛୋଟ ଛୋଟ କଥାକୁ ଧ୍ୟାନ ଦିଅନ୍ତୁ, ଚାକିରି ବୃତ୍ତିରେ ସଫଳତା ପାଇବେ। ଅସନ୍ତୋଷ ସାଥୀଙ୍କୁ ମନାଇବା ପାଇଁ ଉପହାର ଦେବେ।
ମିଥୁନ: ଭବିଷ୍ୟତର ଯୋଜନା ପ୍ରସ୍ତୁତି ଲାଗି ଭଲ ଦିନଟିଏ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ।
କର୍କଟ: ଆଜି ଆପଣ ବହୁତ ସକ୍ରିୟ ରହିବେ। ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ। ଅଧୁରା କାର୍ଯ୍ୟ ପୂରା କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ସିଂହ: ମନକୁ ନୂଆ ନୂଆ ବିଚାର ଆସିବ। ପ୍ରସ୍ତୁତ କରିଥିବା ଯୋଜନାରେ କୌଣସି ପରିବର୍ତ୍ତନ କରିପାରନ୍ତି। ବେପାରରେ ବକେୟା ପଇସା ପାଇବେ। ପ୍ରେମ ସମ୍ବନ୍ଧ ପ୍ରଗାଢ଼ ହେବ।
କନ୍ୟା: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଖଳ ପ୍ରକୃତିର ଲୋକଙ୍କ ସହ ହାତେମାପି ଚାଖଣ୍ଡେ ଚାଲନ୍ତୁ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ।
ତୁଳା: ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବେପାର ବଢ଼ାଇବା ପାଇଁ ଜୀବନସାଥୀର ସାହାଯ୍ୟ ପାଇବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
ବିଛା: ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ଅଛି। ଅଯଥା କଥା ଠାରୁ ଦୂରରେ ରହନ୍ତୁ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବନାଇ ରଖନ୍ତୁ। ଗୃହିଣୀଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିବ।
ଧନୁ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ପାରିବାରିକ ବିଷୟକୁ ନେଇ ଜୀବନସାଥୀ ସହ କଥା ହେବେ। ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ସଠିକ୍ ସମୟକୁ ଅପେକ୍ଷା କରନ୍ତୁ।
ମକର: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ତାନର କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କୁମ୍ଭ: ପରିବାରର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ଭବିଷ୍ୟତର ଯୋଜନା ଉପରେ ବିଚାର ବିମର୍ଶ କରିବେ। ବେପାର ବଢ଼ାଇବା ପାଇଁ ନୂଆ କୌଶଳ ଆପଣଙ୍କ ସମ୍ମୁଖକୁ ଆସିବ।
ମୀନ: ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଭଲ। ପ୍ରତିଟି କାମ ନିଷ୍ଠାର ସହ କରିବାକୁ ଚେଷ୍ଟା କରନ୍ତୁ। ମହିଳାମାନେ ଘରେ କୌଣସି ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବେ।