publive-imageମେଷ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ନବବିବାହିତଙ୍କ ଲାଗି ଦିନଟି ବହୁତ ଭଲ।‌

Advertisment

publive-imageବୃଷ: ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ପାଇବେ। ପଡ଼ୋଶୀ ମନୋମାଳିନ୍ୟ ପା‌ସୋରି ଆପଣଙ୍କ ଆଡ଼କୁ ବନ୍ଧୁତାର ହାତ ବଢ଼ାଇବେ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ‌

publive-imageମିଥୁନ: କାର୍ଯ୍ୟ‌କ୍ଷେତ୍ରରେ ବଡ଼ ଆହ୍ବାନ ଆସିବ। ଲୋକେ ଆପଣଙ୍କ କାମ କରିବା ଶୈଳୀ ଦ୍ବାରା ପ୍ରଭାବିତ ହେବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ‌

publive-image

କର୍କଟ: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଯାନ ସାବଧାନତାର ସହ ଚଳାନ୍ତୁ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।

publive-imageସିଂହ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ କୌଣସି ଭଲ ଖବର ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବେ।

publive-imageକନ୍ୟା: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରନ୍ତୁ। କ୍ୟାରିୟରରେ ପରିବର୍ତ୍ତନ ଆସିବ। ‌

publive-imageତୁଳା: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।

publive-imageବିଛା: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageଧନୁ: ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଚାକିରିଆଙ୍କୁ ଭଲ ଖବର ମିଳିବ। ଧନଲାଭର ଯୋଗ ଅଛି। ଜୀବନସାଥୀଙ୍କୁ କିଛି ଉପାଦେୟ କଥା କହିବେ।

publive-image
ମକର: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ପ୍ରେମ ଜୀବନ ଭଲ ରହିବ।

publive-image

କୁମ୍ଭ: ନିଜର ବ୍ୟକ୍ତିତ୍ବ ବିକାଶ କରିବା ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

publive-imageମୀନ: କମ୍ ପରିଶ୍ରମ‌ରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ଅଶାନ୍ତି ସମାଧାନ ହୋଇଯିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।