publive-image

Advertisment

ମେଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ। କ୍ଷୁଦ୍ର ଉଦ୍ୟୋଗ ଚଳାଉଥିବା ଲୋକଙ୍କୁ ଯଥେଷ୍ଟ ଲାଭ ମିଳିବ। ‌

publive-image

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ପୂର୍ବ ଆପେକ୍ଷା ମଜଭୁତ ହେବ। କୌଣସି କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଯାନ କିଣିବା ଲାଗି ଦିନଟି ଶୁଭ। ‌

publive-image

ମିଥୁନ: ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ପ୍ରେମ ବଜାୟ ରହିବ।‌

publive-image

କର୍କଟ: ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। ବେପାରରେ ବଡ଼ କଂପାନି ସହିତ ଚୁକ୍ତି କରିବାର ସୁଯୋଗ ଆସିବ। ପିଲାଙ୍କ କ୍ୟାରିୟର ଲାଗି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

publive-image

‌ସିଂହ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ।

publive-image

କନ୍ୟା: ସନ୍ତାନଙ୍କ କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ ବାକିଥିବା କାମ ପୂରା ହେବ। ପଡ଼ୋଶୀ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି।

publive-image

ତୁଳା: ବିକାଶର ମାର୍ଗରେ ଆସୁଥିବା ବାଧା ଦୂର ହେବ। ଆପଣଙ୍କ ପିଲାମାନେ ବ୍ୟବସାୟରେ ପୂରା ସହଯୋଗ କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

publive-image

‌ବିଛା: ଯୋଜନା ପ୍ରସ୍ତୁତ ଓ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ଇଚ୍ଛା ହେବ। ମହିଳାମାନେ ଜିନିଷ କିଣିବାକୁ ସହରକୁ ଯାଇପାରନ୍ତି।

publive-image

ଧନୁ: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।

publive-image

ମକର: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଖୁବ୍ ଭଲ।

publive-image

କୁମ୍ଭ: ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ବ୍ୟବସାୟରେ ଧନଲାଭର ସୁଯୋଗ ପାଇବେ। ସୁସମ୍ବାଦ ମିଳିବ। ସାଥୀ ସହିତ ନାଟକ ଦେଖିବାର ଯୋଜନା କରିବେ।

publive-imageମୀନ: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଅଫିସରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି। ପରିବାରରେ ଭାବ ଆଦାନପ୍ରଦାନର ନୂଆ ବାଟ ଫିଟିବ।