ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ଜମି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ‌

ବୃଷ: ଚାକିରି ବୃତ୍ତିରେ ବେଶୀ ଲାଭ ପାଇଁ ମନପ୍ରାଣ ଢାଳି କାମ କରିବେ। କୌଣସି ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କର ସଂପର୍କ ସ୍ଥାପନ ହେବ। ପାରିବାରିକ ଜୀବନ ସୁଖକର ହେବ।

ମିଥୁନ: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ବିନାମୂଲ୍ୟରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ। ମହିଳାମାନେ ଘର କାମ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ କରିଦେବେ।

କର୍କଟ: ମନରେ ଘୂରି ବୁଲୁଥିବା ଯୋଜନାର ଲାଭ ପାଇବେ। ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ। ସାମାଜିକ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇପାରନ୍ତି।

ସିଂହ: ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଆପଣଙ୍କର ସୁନାମ ହେବ। ଅଫିସରେ କାମର ପ୍ରଶଂସା ହେବ। ଆପଣଙ୍କୁ କୌଣସି ପାରିବାରିକ ଦାୟିତ୍ବ ପ୍ରଦାନ କରାଯାଇପାରେ।

କନ୍ୟା: ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ଅଚାନକ ଧନଲାଭ ହେବ। ପ୍ରସାଧନ କ୍ଷେତ୍ରରେ ନିବେଶ କରନ୍ତୁ, ଲାଭ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ତୁଳା: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣିବେ। ନୂଆ କାମର ଯୋଜନା କରିପାରନ୍ତି। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କୌଣସି ଉପହାର ଦେବେ।

ବିଛା: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲଗାନ୍ତୁ। ପେସାଦାର ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ‌ହେବ। ପାରିବାରିକ ସୁଖ ବୃଦ୍ଧି ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ଧନୁ: କୌଣସି ଶୁଭ ଖବର ପାଇବେ। ମନ ଶାନ୍ତ ରହିବ। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ।

ମକର: ନୂଆ କାମ ଆରମ୍ଭ କରିପାରନ୍ତି। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ରାଜନୀତିରେ ସଫଳତା ମିଳିବ। ପ୍ରିୟତମଙ୍କୁ ମନର କଥା କହିବେ। ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ।

କୁମ୍ଭ: କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ। ଅନ୍ୟମାନଙ୍କ କଥାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ହେବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।

ମୀନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଓକିଲ ପୁରୁଣା ମକଦ୍ଦମାରେ ମନ ନିବେଶ କରିବେ। ରାଜନୀତିରେ ସଫଳତା ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର