ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ। ବନ୍ଧୁ ସହ ବିଶେଷ ପ୍ରସଙ୍ଗରେ କଥା ହେବେ। ନୂଆ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।

 

ବୃଷ: ମନ ଅଧିକ ଆଧ୍ୟାତ୍ମିକ ରହିବ। ପରିବାର ସହ ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ କାମକୁ ନେଇ ଆପଣଙ୍କର ପ୍ରଶଂସା ହେବ। ରଚନାତ୍ମକ କାର୍ଯ୍ୟରେ ଖ୍ୟାତି ବଢ଼ିବ।

ମିଥୁନ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ରାଜନେତାଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହ ବାହାରେ ଭୋଜନ କରିବେ।

କର୍କଟ: କୌଣସି କାମ କରିବା ପୂର୍ବରୁ ଜୀବନସାଥୀଙ୍କ ସହ ପରାମର୍ଶ କରିନିଅନ୍ତୁ, ଭଲ ହେବ। ଜମିରେ ନିବେଶ କଲେ ଯଥେଷ୍ଟ ଲାଭ ପାଇବେ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ।

ସିଂହ: ଅଫିସରେ ସହକର୍ମୀଙ୍କ ସହ ତାଳମେଳ ବଜାୟ ରଖି କାମ କରିବା ଦରକାର। ଧନଲାଭର ନୂଆ ଉତ୍ସ ନଜର ଆସିବ। ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

କନ୍ୟା: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ପିଲାମାନଙ୍କ ଠାରୁ ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଉତ୍ତମ ରହିବ।

 

ତୁଳା: ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ। ଯାହା ବି କାମ କରିବାକୁ ଭାବିବେ ସେ ନେଇ ସକାରାତ୍ମକ ଦୃଷ୍ଟିକୋଣ ରଖିଲେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

ବିଛା: ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

 

ଧନୁ: ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ବ୍ୟବସାୟୀଙ୍କର ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

 

ମକର: ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

 

କୁମ୍ଭ: ଯେଉଁ କାମ କରିବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା ହୋଇଯିବ। ଘରୋଇ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ଅଧିକାରୀମାନଙ୍କ ସହ ବିଶେଷ ମାମଲାରେ କଥା ହେବେ।

ମୀନ: ଘରେ ଖୁସିର ମାହୋଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। କାରବାରରେ ଲାଭର ଅବସର ପାଇବେ। ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ରହିବ।

ସମ୍ବନ୍ଧିତ ଖବର