ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ। ପାରିବାରିକ ଜୀବନ ସୁଖଦ ରହିବ। ଗୃହିଣୀମାନେ ରୋଷେଇ କାମ କରୁଥିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

 

ବୃଷ: କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ବ ତୁଲାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ କିଛି ଉପହାର ଦେବେ। ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

ମିଥୁନ: ମନ ସାମାଜିକ କାର୍ଯ୍ୟରେ ଲାଗି ରହିବ। ଉନ୍ନତି ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟ କାମରେ ବଡ଼ ସହରକୁ ଯିବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

କର୍କଟ: ବ୍ୟବସାୟ ବୃଦ୍ଧି ପାଇଁ ବନ୍ଧୁ ସହ ବସି ଯୋଜନା କରିବେ। ଅଫିସ କାମରେ ବ୍ୟସ୍ତ ରହିବେ। ଉପାର୍ଜନ ଲାଗି ନୂଆ ମଉକା ପାଇବେ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।

ସିଂହ: ବର୍ତ୍ତମାନ ସ୍ଥିତିରେ ଖୁସି ରହିବେ। ବେପାର କାମରେ ଅନ୍ୟ ସହରକୁ ଯିବେ। ଧନଲାଭର ନୂଆ ଅବସର ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ସନ୍ଧ୍ୟା ସୁଦ୍ଧା ଭଲ ଖବର ପାଇବେ। ବନ୍ଧୁମାନଙ୍କ ସହ ମଉଜ ମସ୍ତି କରିବେ। ଲୋକମାନଙ୍କ ସହଯୋଗରେ ଆୟ ବଢ଼ିବ। ରାଜନୀତି‌ରେ ଥିବା ଲୋକଙ୍କୁ ଉଚ୍ଚ ପଦ ମିଳିପାରେ।

 

ତୁଳା: ନୂଆ ଲୋକଙ୍କ ସହ ସାକ୍ଷାତରୁ କିଛି ଭଲ ମଉକା ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଚାକିରି ଲାଗି ନୂଆ ସମ୍ଭାବନା ତଲାସ ପୂରା ହେବ।

ବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଆଖପାଖର ଗତିବିଧି ଉପରେ ନଜର ରଖନ୍ତୁ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହ ବୁଲି ଯିବେ।

 

ଧନୁ: ବ୍ୟବସାୟରେ ଉନ୍ନତି ହେବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ଆପଣ ନିଜ କାମରେ ବାହାରକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

 

ମକର: ବାପା ମାଆ ଆପଣଙ୍କର ଖୁସି ଦେଖି ପ୍ରସନ୍ନ ହେବେ। କାମଧନ୍ଦା କ୍ଷେତ୍ରରେ ପରିବାରର ସହଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

 

କୁମ୍ଭ: ସାମାଜିକ କାର୍ଯ୍ୟରେ ସଫଳ ରହିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସୁଖ ସମୃଦ୍ଧି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ଆର୍ଥିକ ସ୍ଥିତି ଚିନ୍ତାନଜନକ ହୋଇପାରେ। କିଛି ନୂଆ କରିବାକୁ ଭାବିବେ। ବୁଝି ଶୁଝି କାମ କରନ୍ତୁ, ଆୟର ଉତ୍ସ ବଢ଼ିବ। ସନ୍ତାନ ସୁଖ ପ୍ରାପ୍ତିର ଯୋଗ ରହିଛି।

ସମ୍ବନ୍ଧିତ ଖବର