ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସର କାମ ନେଇ ଅଧିକ ବ୍ୟସ୍ତ ରହିବେ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।

 

ବୃଷ: ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ସମାରେହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କର ସଚ୍ଚୋଟତା ଦେଖି ପ୍ରଭାବିତ ହେବେ।

ମିଥୁନ: ଆପଣଙ୍କର ଧ୍ୟାନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ। ଆତ୍ମୀୟ ସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଚାକିରିଆଙ୍କର ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବ।

କର୍କଟ: ମନ ଅଶାନ୍ତି ମୁକ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ପରିବାର ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ଅଛି।

ସିଂହ: ଭାବିଥିବା କାମ ଧୀରେ ଧୀରେ ସଂପୂର୍ଣ୍ଣ ହେବ। ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

କନ୍ୟା: ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। କ୍ୟାରିୟରରେ ନୂଆ ସୁଯୋଗ ପାଇବେ। ଅବିବାହିତଙ୍କର ବିବାହ ଲାଗି କଥାବାର୍ତ୍ତା ଆରମ୍ଭ ହେବ।

 

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ରାସ୍ତାରେ ଯିବାବେଳେ ପ୍ରିୟବନ୍ଧୁ ସହ ଦେଖା ହୋଇପାରେ। ଜମି ସମସ୍ୟା ସମାପ୍ତ ହୋଇଯିବ।

ବିଛା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ ବେପାର କରିବାକୁ ଚାହୁଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ସମୟ ଲାଗିବ।

 

ଧନୁ: ଶକ୍ତିକୁ ଭଲ କାମରେ ଲଗାଇବେ। କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ ଦ୍ବାରା ଆପଣଙ୍କର କାମ ସଂପୂର୍ଣ୍ଣ ହେବ।

 

ମକର: କୌଣସି ଖୁସି ଖବର ପାଇବେ। ଅଫିସରେ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟତର ହେବେ।

 

କୁମ୍ଭ: ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ। କାମ ସଂପୂର୍ଣ୍ଣ କରିବା ଲାଗି ମୂଳରୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବାହନ ସାବଧାନତାର ସହ ଚଳାନ୍ତୁ।

ମୀନ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ନୂଆ ଲୋକଙ୍କ ସହ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର