publive-image

Advertisment

ମେଷ: ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ। ଅଧିକାରୀ ବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ଜମି ସମ୍ବନ୍ଧୀୟ କାମ ପୂରା ହୋଇଯିବ।

publive-image

ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନୂଆ ଲୋକଙ୍କ ସହ ମିଶିବା ଦ୍ବାରା ଲାଭ ମିଳିବ। ନିବେଶ କଲେ ଭବିଷ୍ୟତ ଲାଗି ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-imageମିଥୁନ: ଅର୍ଥର ଅଭାବ ଅନୁଭବ କରିପାରନ୍ତି। ଜୀବନସାଥୀ ଆପଣଙ୍କ ପ୍ରତି ଦୟାଳୁ ରହିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageକର୍କଟ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ବନ୍ଧୁ ସାହାଯ୍ୟରେ ଜରୁରୀ କାମ ପ୍ରସ୍ତୁତ କରିପାରନ୍ତି। ରାଜନୀତିରେ ସଫଳତା ମିଳିବ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇପାରନ୍ତି।

publive-imageସିଂହ: ଜୀବନରେ ବରିଷ୍ଠଙ୍କ ସାହାଯ୍ୟ ମିଳିବ। କାରବାରରେ ଆଶାଠୁଁ ଅଧିକ ଲାଭ ହେବ। ଜୀବନସାଥୀଙ୍କୁ ଭଲ ଉପହାର ଦେବା ପାଇଁ ଯୋଜନା କରିପାରନ୍ତି।

publive-imageକନ୍ୟା: ଦିନଟି ବ୍ୟସ୍ତତାରେ କଟିବ। ଆପଣଙ୍କ କାମ କିଛି ସମୟ ପାଇଁ ବନ୍ଦ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ।

publive-imageତୁଳା: ଭାବିଥିବା କାମ ପୂରା କରିବାରେ ସମୟ ଲାଗିପାରେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। କୌଣସି କଥା ବୁଝିବାରେ ସଂଶୟ ରହିପାରେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ।

publive-imageବିଛା: କ୍ୟାରିୟର ସମ୍ବନ୍ଧରେ ଭଲ ଖବର ପାଇବେ। ଟଙ୍କା ପଇସା ନେଇ ଚିନ୍ତା ବଢ଼ିପାରେ। ଓକିଲ ବଡ଼ ମକଦ୍ଦମାରେ ବିଜୟଲାଭ କରିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

publive-imageଧନୁ: ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ପରିବାର ଲୋକ ଘର କାମରେ ସାହାଯ୍ୟ କରିବେ। ଜୀବନ ପ୍ରତି ଦୃଷ୍ଟିକୋଣ ସକାରାତ୍ମକ ହେବ।

publive-imageମକର: ଆଗକୁ ବଢ଼ିବା ଲାଗି ନୂଆ ଯୋଜନା କରିବେ। ବାପା ମାଆଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ ବଳକା କାମ ସହଜରେ ସଂପୂର୍ଣ୍ଣ ହୋଇଯିବ।

publive-image

କୁମ୍ଭ: ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। ଭାବିଥିବା କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ଗବେଷଣାରେ ବଡ଼ ସଫଳତା ମିଳିବ।

publive-imageମୀନ: କାରବାରରେ ଅଚାନକ କୌଣସି ବାଧା ଆସିପାରେ। ବଡ଼ଙ୍କ ସହଯୋଗରେ ସବୁ ଠିକ୍ ହୋଇଯିବ। ନିଜର ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ।