ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ଠାରୁ ଖୁସି ଖବର ପାଇବେ। କ୍ୟାରିୟରରେ ସଫଳତାର ଖୁବ୍ ନିକଟତର ହେବେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ବୈବାହିକ ସମସ୍ୟାର ସମାଧାନ ହେବ।

ବୃଷ: ସପରିବାର ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ସନ୍ତାନ ସୁଖ ପାଇବେ। ଆପଣଙ୍କର କାମରେ ବାଧା ଉତ୍ପନ୍ନ ହୋଇପାରେ। ବାହାର ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମିଥୁନ: ଆପଣ ନିଜ ସାମର୍ଥ୍ୟରେ ସବୁ କାମ ପୂରା କରିନେବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କର୍କଟ: ଆପଣଙ୍କର ଶକ୍ତି ଭଲ କାମରେ ଲଗାଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

ସିଂହ: କୌଣସି ମାମଲାରେ ଆପଣ ବଡ଼ ନିଷ୍ପତ୍ତି ନେବେ। କେହି ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ଆପଣଙ୍କ ସବୁ ଅଶାନ୍ତିର ସମାଧାନ ବାହାରିବ। ପାରିବାରିକ ଜୀବନ ସୁଖକର ହେବ।

କନ୍ୟା: ପାରିବାରିକ ଜୀବନ ଆନନ୍ଦମୟ ହେବ। ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଭାଗୀଦାରି କାରବାରରେ ଯଥେଷ୍ଟ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ସୁଖପୂର୍ଣ୍ଣ।

ତୁଳା: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ବ୍ୟବସାୟରେ ନୂଆ କରିବା ଚେଷ୍ଟାରୁ ନିବୃତ୍ତ ରୁହନ୍ତୁ। ସହପାଠୀ ସହ ବାହାରକୁ ବୁଲି ଯାଇପାରନ୍ତି।

ବିଛା: ମାଆଙ୍କ ପରାମର୍ଶ ଲାଭଦାୟକ ହୋଇପାରେ। ମାନ ସମ୍ମାନ ବଢ଼ିବ। ଜୀବନସାଥୀ ଆପଣଙ୍କ କାମରେ ପ୍ରଭାବିତ ହେବେ। କୌଣସି ସମାରୋହକୁ ଯିବାର ଯୋଜନା କରିପାରନ୍ତି।

ଧନୁ: ଆପଣ ଭାବିଥିବା ଅଧିକାଂଶ କାମ ଧୀରେ ଧୀରେ ସଂପୂର୍ଣ୍ଣ ହେବ। ଅନ୍ୟମାନଙ୍କ ଠାରୁ କିଛି ଶିଖିବାର ମଉକା ପାଇବେ। ବିଶେଷ ମାମଲା ନେଇ ବନ୍ଧୁ ସହ କଥା ହୋଇପାରନ୍ତି।

ମକର: ବାଟରେ ପ୍ରିୟ ବନ୍ଧୁ ସହ ଦେଖା ହୋଇପାରେ। ଅଚାନକ ଧନଲାଭ ହେବ। ଅଫିସରେ କାମ କରୁଥିବା ବେଳେ ବାଲ୍ୟ ଜୀବନର ସ୍ମୃତି ତାଜା ହୋଇପାରେ।

କୁମ୍ଭ: ନୂଆ ଲୋକଙ୍କ ସହ ମିଶିବାର ମଉକା ପାଇପାରନ୍ତି। କୌଣସି ବନ୍ଧୁ ମାଧ୍ୟମରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଲୋକେ ଆପଣଙ୍କ କାମକୁ ପ୍ରଶଂସା କରିବେ।

ମୀନ: ଆପଣଙ୍କର ମନସ୍କାମନା ପୂରଣ ହେବ। ସମାଜ‌ରେ ମାନ ସମ୍ମାନ ବଢ଼ିବ। ବନ୍ଧୁ ସହଯୋଗରେ ଅଫିସ କାମ ସଂପୂର୍ଣ୍ଣ ହେବ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ।

ସମ୍ବନ୍ଧିତ ଖବର