ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଯାହାକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ମହିଳା ଘରୋଇ ଉଦ୍ୟୋଗ ଆରମ୍ଭ କରିପାରନ୍ତି। ଧନ ସଂଚୟ ଲାଗି ଯୋଜନା କରି ପାରନ୍ତି।

 

ବୃଷ: ଇଜିନିୟରଙ୍କୁ ଆର୍ଥିକ ଲାଭ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ସମ୍ବନ୍ଧରେ ବ୍ୟବଧାନ ଭରିବା ପାଇଁ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭରସା ଯୋଗ୍ୟ ବନ୍ଧୁର ପରାମର୍ଶ କାମରେ ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କର୍କଟ: ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଜମି ଦଲାଲଙ୍କ ଲାଗି ଦିନଟି ଭଲ। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ।

ସିଂହ: ପୁରୁଣା ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ଅଫିସରେ ବାକିକାମ ପୂରା କରିବାକୁ ଚେଷ୍ଟା କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ।

କନ୍ୟା: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଶୁଭ। ଟେଣ୍ଟ୍‌ ହାଉସ ବ୍ୟବସାୟୀଙ୍କ ଲାଗି ଲାଭର ଦିନଟିଏ। କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନରେ ସୁଖୀ ରହିବେ।

 

ତୁଳା: ସବୁ ଆହ୍ବାନର ସାମନା କରିବାରେ ସଫଳ ହେବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। ବିରୋଧୀ ଆପଣଙ୍କଠୁଁ ଦୂରତ୍ବ ବଜାୟ ରହିବେ।

ବିଛା: କୌଣସି ସାମାଜିକ ସଂଗଠନରେ ଯୋଡ଼ିବାର ମଉକା ପାଇବେ। ଧନ ସଂପତ୍ତି ଚିନ୍ତାର ସମାଧାନ ବାହାରିବ। ସୁସମ୍ବାଦ ମିଳିବା ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

 

ଧନୁ: ରଚନାତ୍ମକ କାର୍ଯ୍ୟରେ ରୁଚି ନେବେ। ଯେଉଁ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ସଂଘର୍ଷ କରୁଛନ୍ତି ସେମାନଙ୍କ ଲାଗି ନୂଆ କାମ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

 

ମକର: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା। ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ଚାରିଆଡ଼େ ହେବ।

 

କୁମ୍ଭ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଏକାଗ୍ରଚିତ୍ତରେ କାମ କଲେ ସଫଳତାର ପାହାଚ ଚଢ଼ିବେ।

ମୀନ: ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାରେ ସମୟ ଲାଗିବ। ଅଫିସରେ ସାବଧାନତା ଅବଲମ୍ବନ କରନ୍ତୁ। ବାଣୀ ଉପରେ ଯେତେ ନିୟନ୍ତ୍ରଣ ରଖିବେ ସେତେ ଲାଭ ହେବ।

ସମ୍ବନ୍ଧିତ ଖବର