ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ବକେୟା ଅର୍ଥ ପାଇବେ। ଭାଗୀଦାରି ବ୍ୟବସାୟରେ ଲାଭ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌

 

ବୃଷ: ସୁସମ୍ବାଦ ପାଇବେ। ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ବେପାରରେ ଲାଭ ହେବ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ମିଥୁନ: ଆପଣ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାପା ମାଆଙ୍କ ସାହାଯ୍ୟ ମିଳିବା ଯୋଗୁଁ ବିଶେଷ କାର୍ଯ୍ୟ ସଂପୂର୍ଣ୍ଣ ହେବ। ସମ୍ବନ୍ଧରେ ଭାରସାମ୍ୟ ବଜାୟ ରଖନ୍ତୁ।

କର୍କଟ: ଅନ୍ୟମାନଙ୍କ କାମରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ସନ୍ତାନ ସୁଖ ପାଇବେ। ବ୍ୟବସାୟ ବଢ଼ାଇବା ଲାଗି ବିଚାର କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ପ୍ରସନ୍ନ ରହିବ।

ସିଂହ: ଅଫିସରେ ଆପଣଙ୍କ ବେଶଭୂଷା ପ୍ରଶଂସିତ ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ବାଣିଜ୍ୟ ଛାତ୍ରଙ୍କୁ ନିଜ ସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ଆପଣଙ୍କୁ ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ। ପରିବାର ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। କୋର୍ଟ କଚେରି ମାମଲାରେ ଫଇସଲା ଆସିବାରେ ବିଳମ୍ବ ହେବ।

 

ତୁଳା: ଭବିଷ୍ୟତ ସମ୍ପର୍କରେ ବିଚାର ବିମର୍ଶ କରିବେ। ପରିବାର ଲୋକଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। ଘରକୁ କୌଣସି ବନ୍ଧୁ ଆସିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ବିଛା: ଆପଣ ସବୁ କାମ ସମ୍ଭାଳି ନେବେ। ସାଥିରେ କାମ କରୁଥିବା ଲୋକ ସହଯୋଗ କରିବେ। ଲାଭର ଅବସର ପାଇବେ। ଛାତ୍ରଛାତ୍ରୀ ପାଠରେ ପ୍ରତିଯୋଗିତା କରିବେ।

 

ଧନୁ: ବାକିଥିବା କାମ ସଂପୂର୍ଣ୍ଣ ହୋଇପାରେ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ କରିବା ପାଇଁ ଭାବିବେ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ଗଣମାଧ୍ୟମ କର୍ମୀଙ୍କ କାମର ପ୍ରଶଂସା ହେବ।

 

ମକର: ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ଭାବିଥିବା କାମ ସଂପୂର୍ଣ୍ଣ କରିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ। ପାରିବାରିକ ଜୀବନ ସୁଖମୟ ହେବ।

 

କୁମ୍ଭ: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ମିଳିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ।

ମୀନ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ସମ୍ବନ୍ଧିତ ଖବର