ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ବେପାର ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ରାଜନେତାଙ୍କୁ ଉଚ୍ଚ ପଦ ମିଳିପାରେ।‌

 

ବୃଷ: କାମ ବିଷୟରେ ବହୁତ ଚିନ୍ତାଶୀଳ ରହିବେ। ମିଠା କଥା ଆପଣଙ୍କ କାମକୁ ଅତିଶୀଘ୍ର ପୂରା କରିବାରେ ସାହାଯ୍ୟ କରିବ। କ୍ଷୁଦ୍ର ‌ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ‌

ମିଥୁନ: ଦିନଟି ପୂର୍ବ ଅପେକ୍ଷା ଯଥେଷ୍ଟ ଲାଭ ଦେବ। ଆପଣ ଅଧିକ କଥା ନ କହି କାମରେ ଧ୍ୟାନ ଦେବା ଦରକାର। ପ୍ରିୟଜନ ସହ ଲାଗି ରହିଥିବା ମନାନ୍ତର ସମାପ୍ତ ହୋଇଯିବ।

କର୍କଟ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଅଧିକ ପରିଶ୍ରମ କରିବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ସମ୍ମାନ ବଢ଼ିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ସିଂହ: ନିଜ ବାଣୀରେ ସଂଯମ ରକ୍ଷା କରନ୍ତୁ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍‌ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦେବେ।

କନ୍ୟା: ଆପଣଙ୍କ ଧର୍ମନିଷ୍ଠାରୁ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ପାରିବାରିକ ଜୀବନ ସୁଖଦ ହେବ।

 

ତୁଳା: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଶିକ୍ଷକଙ୍କ ସାହାଯ୍ୟରେ ବିଦ୍ୟାର୍ଥୀଙ୍କର ପ୍ରକଳ୍ପ ପୂରା ହେବ।

ବିଛା: କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବନ୍ଧୁର ସହଯୋଗ ମିଳିପାରେ। ରାଜନୀତିରେ ସଫଳତା ପାଇବେ। କାରବାରରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

 

ଧନୁ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ସନ୍ଧ୍ୟାରେ ଜୀବନସାଥୀ କିଛି ଭଲ ଜିନିଷ ତିଆରି କରି ଖାଇବାକୁ ଦେବେ। ଛାତ୍ର ନିଜର କ୍ୟାରିୟରକୁ ନେଇ ନୂଆ ଯୋଜନା ତିଆରି କରିବେ।

 

ମକର: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବିରୋଧୀମାନେ ଦୂରତା ବଜାୟ ରଖିବେ। ନୂଆ ବେପାର ଆରମ୍ଭ ଲାଗି ବଡ଼ ଭାଇ ସାହାଯ୍ୟ କରିବେ।

 

କୁମ୍ଭ: ମନ ପ୍ରସନ୍ନ ରହିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହୋଇପାରନ୍ତି। ଆମଦାନିର ନୂଆ ‌ଉତ୍ସ ପାଇବେ। ଚାକିରିଆଙ୍କୁ ସହକର୍ମୀ ସହଯୋଗ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମୀନ: ଲେଖକଙ୍କ ଲାଗି ଦିନଟି ଭଲ; ନୂଆ ରଚନାର ଶୁଭାରମ୍ଭ କରିପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ।

ସମ୍ବନ୍ଧିତ ଖବର