ମେଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଆପଣଙ୍କର ପ୍ରଭାବ ବଢ଼ିବ। ପେସାଦାର ବ୍ୟବସାୟୀ ପୁଞ୍ଜି ଲଗାଣ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ବୃଷ: କୌଣସି କଥାକୁ ନେଇ ସଂଶୟରେ ରହିବେ। ଘରର ବୟସ୍କଙ୍କ ଠାରୁ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରେମ ସମ୍ବନ୍ଧରେ ନୂତନତା ଆସିବ।
ମିଥୁନ: ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
କର୍କଟ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହ ଚୁକ୍ତି ପକ୍କା ହେବ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ।
ସିଂହ: ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି।
କନ୍ୟା: କାର୍ଯ୍ୟକ୍ଷେତ୍ରରେ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ। ବିଶେଷ ପ୍ରସଙ୍ଗ ନେଇ ଆପଣଙ୍କ ଭାବନା ବଦଳିପାରେ।
ତୁଳା: ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ଲାଗି ଲାଭଦାୟକ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭଲ କଂପାନିରେ ଚାକିରିର ସୁଯୋଗ ମିଳିବ।
ବିଛା: ବିରୋଧୀମାନଙ୍କ ଉପରେ ବିଜୟ ହାସଲ କରିବେ। ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ଧନୁ: ଯାହା ବି କାମ କରିବାକୁ ଚାହିବେ ତାହା ପୂରା ହୋଇଯିବ। ବନ୍ଧୁମାନଙ୍କର ସହଯୋଗ ପାଇବେ। ଜୀବନସାଥୀ ସହ ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସୁଫଳ ମଳିବ।
ମକର: ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭବିଷ୍ୟତ ଲାଗି ବିଶେଷ ନିଷ୍ପତ୍ତି ନେବେ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ।
କୁମ୍ଭ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ସନ୍ତାନର ସଫଳତାରେ ପ୍ରସନ୍ନ ହେବେ। ବଡ଼ଭାଇର ସହଯୋଗ ପାଇବେ। ଘରର କୌଣସି ପରିବର୍ତ୍ତନ ପାଇଁ ନିର୍ଣ୍ଣୟ ନେଇପାରନ୍ତି।
ମୀନ: ଅନ୍ୟମାନଙ୍କର ବିଶେଷ ସାହାଯ୍ୟ ପାଇବେ। ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ବିବାଦଠୁଁ ଦୂରରେ ରହନ୍ତୁ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ।