ଜାଣନ୍ତୁ ଆଜିର ରାଶିଫଳ

ମେଷ: ସକାରାତ୍ମକ ଦୃଷ୍ଟିକୋଣ ବଳରେ ଜରୁରୀ କାମ ସଂପୂର୍ଣ୍ଣ ହେବ। ବନ୍ଧୁ ସହ ସମ୍ବନ୍ଧରେ ଉନ୍ନତି ହେବ। କାରବାରରେ କର୍ମଚାରୀଙ୍କ ଉପରେ ଧ୍ୟାନ ଦିଅନ୍ତୁ।

ବୃଷ: କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଆପଣଙ୍କୁ ଲାଭ ହେବ। ବଡ଼ ଭାଇଙ୍କ ସହଯୋଗରେ କାମ ଆରମ୍ଭ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପୁରୁଣା ବନ୍ଧୁ ସହ ଆପଣଙ୍କର ସାକ୍ଷାତ ହେବ। ପ୍ରିୟତମଙ୍କ ଠାରୁ ଉପହାର ମିଳିବା ଯୋଗୁଁ ଆନନ୍ଦିତ ହେବେ।

କର୍କଟ: କାମ ସଂପୂର୍ଣ୍ଣ କରିବାରେ ମାତାପିତାଙ୍କ ସହଯୋଗ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତ ଆରମ୍ଭ କରିବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

ସିଂହ: ନୂଆ କାମ ଆରମ୍ଭ କରିବା ପୂର୍ବରୁ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଆପଣଙ୍କର ବନ୍ଧୁ ସଂଖ୍ୟା ବୃଦ୍ଧି ହେବ। କୌଣସି ଜରୁରୀ କାମରେ ବ୍ୟସ୍ତ ରହିବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମ୍ନା କରିବାରେ ସଫଳ ହେବେ। ଆର୍ଥିକ ମାମଲାରେ ଲାଭ ହେବ। ଆପଣଙ୍କର ମଜାଳିଆ ଆଚରଣ ପରିବାରରେ ଭଲ ପରିବେଶ ସୃଷ୍ଟି କରିବ।

ତୁଳା: ଶିକ୍ଷକଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। କୌଣସି କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇବେ। ଓକିଲ ବଡ଼ ମକଦ୍ଦମାରେ ଜୟଲାଭ କରିବେ।

ବିଛା: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ନିଜର ଉପଲବ୍ଧିକୁ ନେଇ ଗର୍ବ ଅନୁଭବ କରିବେ।

ଧନୁ: ଆପଣ ନିଜର ଭାଷାରେ ସଂଯମ ରଖନ୍ତୁ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। କେହି ଆପଣଙ୍କୁ ମନର କଥା କହିବେ।

ମକର: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ଜମି ଦଲାଲଙ୍କ ଲାଗି ଦିନଟି ଭଲ। ମାତାପିତାଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ। ବ୍ୟବସାୟରେ ଲାଭ ହେବ।

କୁମ୍ଭ: ଯେଉଁ କାମ କରିବେ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଇଂଜିନିୟର ଠିକ୍ ସ୍ଥାନରେ ନିଜର ଅଭିଜ୍ଞତା ବିନିଯୋଗ କରିବେ।

ମୀନ: ଯେଉଁ ଯୁବକ ଚାକିରି ତଲାସରେ ଅଛନ୍ତି ତାଙ୍କୁ ଭଲ ଜାଗାରେ ଚାକିରି ମିଳିବ। ଭାବିଚିନ୍ତି ଅର୍ଥ ସମ୍ବନ୍ଧିତ ନିଷ୍ପତ୍ତି ନିଅନ୍ତୁ। ପରିବାର ସହିତ ଅଧିକ ସମୟ କାଟିବେ।

ସମ୍ବନ୍ଧିତ ଖବର