ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ, ଜୀବନରେ ସଫଳତା ମିଳିବ। ଘର ଓ ଅଫିସରେ ପରିବେଶ ଶାନ୍ତିଦାୟକ ରହିବ।

ବୃଷ: ଆପଣଙ୍କର ଧ୍ୟାନ ଧର୍ମ କାର୍ଯ୍ୟ ଆଡ଼କୁ ଯିବ। କାର୍ଯ୍ୟକ୍ଷେତ୍ରରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ ଲୋକଙ୍କ ସହ ମିଶିଲେ ଆପଣଙ୍କୁ ଲାଭ ମିଳିବ।

ମିଥୁନ: ଅଧୁରା କାମ ପୂରା ହେବ। ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ରଚନାତ୍ମକ କାମ ପାଇଁ ଭଲ ଦିନଟିଏ। କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ।

କର୍କଟ: ଖୁବ୍ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ପାଇଁ କିଛି ଲାଭଦାୟକ ବିଷୟ ସମ୍ମୁଖକୁ ଆସିବ। ରାଜନୀତିରେ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ସିଂହ: ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

କନ୍ୟା: ପରିବାରରେ କୌଣସି ସଦସ୍ୟ ସହିତ ବିବାଦ ହୋଇପାରେ। ବ୍ୟବସାୟ ମାନ୍ଦା ଧରିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ଅଜାଣତରେ ଭୁଲ୍ ହୋଇପାରେ।

ତୁଳା: ବଡ଼ ପଦକ୍ଷେପ ନେବାରୁ ନିବୃତ୍ତ ରହନ୍ତୁ। ପାଠପଢ଼ା ପ୍ରତି ଆପଣଙ୍କ ସନ୍ତାନର ଗମ୍ଭୀରତା ବଢ଼ିବ। କୌଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ। ଆର୍ଥିକ ସ୍ଥିତି ଅପରିବର୍ତ୍ତିତ ରହିବ।

ବିଛା: କାମରେ ଭଲ ପ୍ରଦର୍ଶନ ଲାଗି କିଛି ନୂଆ ପ୍ରୟୋଗ କରିବେ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। କ୍ୟାରିୟରରେ ପରିବର୍ତ୍ତନ ଆଣି ପାରନ୍ତି।

ଧନୁ: ଆପଣଙ୍କ ଚିନ୍ତା ବଢ଼ିପାରେ। ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ। ଆଳସ୍ୟ ସତ୍ତ୍ବେ ବି ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ପରିବାର ଲୋକ ଘର କାମରେ ସାହାଯ୍ୟ କରିବେ।

ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବନ୍ଧୁ ସାହାଯ୍ୟରେ ଆପଣଙ୍କ କାମ ପୂରା ହୋଇଯିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରିବେ।

କୁମ୍ଭ: ଆପଣଙ୍କର ଅଧିକାଂଶ ସମୟ ପିଲାମାନଙ୍କ ସହିତ ବିତିବ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ସଂଧାନରେ ବଡ଼ ସଫଳତା ମିଳିବ।

ମୀନ: କିଛି କାମ ଅଧୁରା ରହିପାରେ। ଗଣମାଧ୍ୟମ ପେସାଦାରଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଲାଗି ଉଦ୍ୟମ କରିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

ସମ୍ବନ୍ଧିତ ଖବର