ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଜୀବନସାଥୀଙ୍କ ପାଖରୁ ଖୁସି ଖବର ଶୁଣିବେ। କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ। ଜମିରେ ନିବେଶ ଲାଗି ଦିନଟି ଭଲ।

 

ବୃଷ: ଜ୍ଞାନୀଙ୍କ କଥା ଶୁଣିବାର ସୁଯୋଗ ପାଇବେ। ଚାକିରି ବୃତ୍ତିରେ ମନ ଲାଗିବ। ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ। ପ୍ରେମିକ ନିଜ ସାଥୀଙ୍କ ଭାବନାକୁ ବୁଝିବେ।

ମିଥୁନ: ନବବିବାହିତ ସାଥୀଙ୍କୁ ଉପହାର ଦେବେ। ମହିଳାମାନେ ନିଜର କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।

କର୍କଟ: ପୁରୁଣା କାମରେ ଆପଣଙ୍କର ଧ୍ୟାନ ଲାଗିବ। ମହିଳାମାନେ ଘର ପାଇଁ କୌଣସି ଜିନିଷ କିଣିବେ। ମାଆ ଆପଣଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରିବେ।

ସିଂହ: ବାପାମାଆଙ୍କ ଠାରୁ ଉପଯୋଗୀ ପରାମର୍ଶ ନେଲେ ଆପଣଙ୍କୁ ସଫଳତା ମିଳିବ। ସାମାଜିକ କାର୍ଯ୍ୟରେ ସହଯୋଗ କଲେ ସମ୍ମାନ ବଢ଼ିବ। ଅଫିସରେ ପ୍ରଶଂସିତ ହେବେ।

କନ୍ୟା: କାରବାରରେ ଧାରା ଅନୁଯାୟୀ କାମ କରନ୍ତୁ, ସମୟ ସଞ୍ଚୟ ହେବ। ବନ୍ଧୁ ସହ ଲାଗି ରହିଥିବା ମନାନ୍ତର ଦୂର ହେବ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

 

ତୁଳା: ପ୍ରସାଧନ ଦୋକାନୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଘରକୁ ବନ୍ଧୁଙ୍କ ଆଗମନ ହେବ। ଛାତ୍ର ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟତର ହୋଇପାରିବେ।

ବିଛା: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ଟେଣ୍ଟ ହାଉସ୍‌ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ସୁଖକର ହେବ।

 

ଧନୁ: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। ବଡ଼ କଂପାନି ସହ ଚୁକ୍ତି ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଇଂଜିନିୟର ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ।

 

ମକର: ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ପୁରୁଣା ଘରୋଇ ସମସ୍ୟାର ସମାଧାନ ବାହାରିବ। ଆର୍ଥିକ ସ୍ଥିତି ଅପରିବର୍ତ୍ତିତ ରହିବ। ବ୍ୟବସାୟୀଙ୍କ ଯୋଜନା ସଫଳ ହେବ।

 

କୁମ୍ଭ: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କୁ ପରିବାର ସମ୍ବନ୍ଧରେ ଭାବିବାକୁ ପଡ଼ିବ। ପଇସା ଧାର ନେବାଦେବାରୁ ନିବୃତ୍ତ ରୁହନ୍ତୁ।

ମୀନ: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ଧାର ଦେଇଥିବା ପଇସା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି କାଏମ ରହିବ। କୌଣସି ବନ୍ଧୁ ବ୍ୟବସାୟର ଭାଗୀଦାରି ପାଇଁ ହାତ ବଢ଼ାଇବେ।

ସମ୍ବନ୍ଧିତ ଖବର