ଜାଣନ୍ତୁ ଆଜିର ରାଶିଫଳ

ମେଷ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ।

ବୃଷ: ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହିତ କଥାବାର୍ତ୍ତା ହେବେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନଙ୍କ ଖୁସି ଖବରରେ ଗୌରବାନ୍ବିତ ହେବେ।

ମିଥୁନ: ଠିକ୍ ଫଇସଲା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ବନ୍ଧୁଙ୍କର ପ୍ରଶଂସା ପ୍ରତି ସାବଧାନ ରୁହନ୍ତୁ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।

କର୍କଟ: ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ଅଫିସରେ ଭଲ ଖବର ମିଳିବ। ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ।

ସିଂହ: ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଧନଲାଭ ଯୋଗ ରହିଛି। ଦୀର୍ଘଦିନର ବନ୍ଧୁତା ପ୍ରେମରେ ବଦଳି ପାରେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଦୂର ହେବ। ସୁଖଦ ଖବର ଯୋଗୁଁ ମନ ପ୍ରସନ୍ନ ରହିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ପଥ ଖୋଲିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ତୁଳା: ସୁଯୋଗ ଆପଣଙ୍କ ଅପେକ୍ଷାରେ। କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ। ପ୍ରିୟଜନ ସହିତ ଭ୍ରମଣ ଯୋଜନା କରିବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

ବିଛା: ବ୍ୟବସାୟରେ ବୃଦ୍ଧି ହେବ। ବେକାରଙ୍କୁ ରୋଜଗାର ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।

ଧନୁ: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବେପାରୀବର୍ଗ ନୂଆ କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ।

ମକର: ମନରେ ନୂତନ ଆଶା ଉତ୍ପନ୍ନ ହେବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଖେଳାଳିଙ୍କ ଲାଗି ଦିନଟି ଭଲ।

କୁମ୍ଭ: ନୂଆ କାମ ନୂଆ କୌଶଳରେ କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତବହୁଳ ରହିବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।

ମୀନ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରିୟଜନଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

ସମ୍ବନ୍ଧିତ ଖବର