ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଆପଣଙ୍କ ମନ ଅଧୁରା କାମ ପୂରା କରିବାରେ ଲାଗି ରହିବ। ଶୁଭ ସମାଚାର ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କୁ ନିଜ ହୃଦୟର କଥା କହିବେ। ‌

 

ବୃଷ: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ମିଥୁନ: ଚାକିରି ବୃତ୍ତି ସମ୍ବନ୍ଧରେ ଭଲ ଖବର ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଘରକୁ ବନ୍ଧୁ ଯିବା-ଆସିବା ଲାଗି ରହିବ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

କର୍କଟ: ଜୀବନସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ। ଜୀବନରେ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ସିଂହ: କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ। ବିବାହିତଙ୍କ ଲାଗି ପରିସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଆପଣଙ୍କୁ ଅଧ୍ୟୟନ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି।

କନ୍ୟା: ଅଚାନକ କାମର ବୋଝ ବଢ଼ିପାରେ। କିଛି ଲୋକ ସାହାଯ୍ୟ କରିବାକୁ ମନା କରିପାରନ୍ତି। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

 

ତୁଳା: ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କ ମନରେ ଆଗ୍ରହ ବଢ଼ିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇପାରନ୍ତି।

ବିଛା: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଆପଣଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

 

ଧନୁ: ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ସାଧୁ ସନ୍ଥଙ୍କ ସହିତ ସଂପର୍କ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

 

ମକର: କୌଣସି ନା କୌଣସି ସମସ୍ୟାର ସାମ୍ନା କରିବେ। ଟଙ୍କା ପଇସା ମାମଲାରେ କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ନୂଆ କାମ କରିବାରୁ ନିବୃତ୍ତ ରୁହନ୍ତୁ।

 

କୁମ୍ଭ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ବ୍ୟବସାୟରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପ୍ରେମ ଜୀବନ ଭଲ ରହିବ।

ମୀନ: ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଅଜଣା ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କୁ ଢେର୍ ସଫଳତା ମିଳିପାରେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ। ପ୍ରେମ ସଂପର୍କ ନିବିଡ଼ ହେବ।

ସମ୍ବନ୍ଧିତ ଖବର