ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ବାପା ମାଆଙ୍କ ସାହାଯ୍ୟରେ ଆପଣଙ୍କର ବିଶେଷ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ବୃଷ: ଅଫିସରେ ସହକର୍ମୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ବରିଷ୍ଠଙ୍କ ସହ କଥାବାର୍ତ୍ତା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ: କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିପାରନ୍ତି। ବିଶେଷ ସମସ୍ୟାର ସମାଧାନ ବାହାରିବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ। ଛାତ୍ର ସାଥୀଙ୍କ ସହଯୋଗ ପାଇବେ।

କର୍କଟ: ରୋଜଗାର ପାଇଁ ନୂଆ ଅବସର ପାଇବେ। ବିନା କାରଣରେ କାହାରିକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ନୂଆ କାମ ଶିଖିବାର ମଉକା ପାଇବେ। ବାଇକ୍ କିଣିବାର ଯୋଗ ଅଛି।

ସିଂହ: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।

କନ୍ୟା: ଅବିବାହିତଙ୍କର ବିବାହ ଲାଗି ଘରେ ଚର୍ଚ୍ଚା‌ ହେବ। ବ୍ୟବସ‌ାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗଦର୍ଶନ ମିଳିବ।

 

ତୁଳା: ଆପଣଙ୍କର ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ପାଖ ଲୋକଙ୍କ ଠାରୁ ସୁସମ୍ବାଦ ପାଇବେ। ଧନ ବୃଦ୍ଧି ହେବ। ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା କରିବେ।

ବିଛା: ବାଲ୍ୟବନ୍ଧୁ ସହ ଦେଖା ହେବ। ଜୀବନସାଥୀଙ୍କ ସହଯୋଗରେ ବଡ଼ ନିଷ୍ପତ୍ତି ନେବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ପୂରଣ ହେବ। ଖର୍ଚ୍ଚ ହ୍ରାସ ଲାଗି ଚେଷ୍ଟା କରନ୍ତୁ।

 

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଯୋଜନା କରିବେ। ପରିବାର ଲୋକଙ୍କ ସହ ସୁଖଦ ସମୟ କାଟିବେ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।

 

ମକର: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ। ସୁଖ ସୁବିଧା ବୃଦ୍ଧି ପାଇବ। ଅଫିସରେ କାର୍ଯ୍ୟ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ।

 

କୁମ୍ଭ: ବକେୟା ଧନ ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଚିନ୍ତା କରିବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କଲେ ଲାଭ ପାଇବେ।

ମୀନ: ନିଜର ବୁଦ୍ଧି ବଳରେ ସବୁ କାମ ସମ୍ଭାଳି ନେବେ। ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ‌ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ସମ୍ବନ୍ଧିତ ଖବର