ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଅଧିକ ପରିଶ୍ରମ କରି ସବୁ କାମ ପୂରା କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। ବ୍ୟବସାୟରେ ବିପଜ୍ଜନକ ଚୁକ୍ତି କରିବାରୁ ନିବୃତ୍ତ ରୁହନ୍ତୁ।‌

 

ବୃଷ: ମନର ଆତ୍ମବିଶ୍ବାସ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଆପଣଙ୍କ ନିଷ୍ପତ୍ତି ଅଫିସ କର୍ମଚାରୀଙ୍କୁ କଷ୍ଟ ଦେଇପାରେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ। ‌

ମିଥୁନ: ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ।‌

କର୍କଟ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। କିଣାବିକା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପ୍ରିୟତମଙ୍କ ସହ ସମୟ ଅତିବାହିତ କରିବା ଲାଗି ଯୋଜନା କରିବେ।

ସିଂହ: ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଧନଲାଭ ସହ ଖୁସିର ଆଗମନ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ବହୁତ ଭଲ।

କନ୍ୟା: କୌଣସି ବଡ଼ ମଞ୍ଚରେ ପ୍ରଦର୍ଶନ ପାଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ସମ୍ବନ୍ଧରେ ନୂତନତ୍ବ ଆସିବ।

 

ତୁଳା: ଦିନଟି ହର୍ଷ ଉଲ୍ଲାସ ଭରା ରହିବ। ଅଫିସରେ ଆପଣଙ୍କ ପସନ୍ଦର କାମ ପାଇବେ। ଆର୍ଥିକ ସ୍ଥିତି‌ ସୁଦୃଢ଼ ହେବ। ସନ୍ତାନର ସଫଳତାରେ ଗୌରବ ଅନୁଭବ କରିବେ।

ବିଛା: ମନର କଥା ମନରେ ରଖନ୍ତୁ। ଭାବପ୍ରବଣ ହେଲେ କଷ୍ଟ ପାଇବେ। ନିରର୍ଥକ କଥାରେ ତର୍କ କରନ୍ତୁ ନାହିଁ। ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି।

 

ଧନୁ: କୌଣସି ଗୋଷ୍ଠୀରେ ଯୋଗ ଦେବାର ଅବସର ପାଇବେ। ଅଫିସରେ ବାତାବରଣ ଭଲ ରହିବ। ପ୍ରିୟତମଙ୍କୁ ମନର କଥା କହିବେ। ଶିକ୍ଷାର୍ଥୀଙ୍କୁ କମ୍ ପରିଶ୍ରମରେ ଭଲ ଫଳ ମିଳିବ।

 

ମକର: ନିଜର ଯୋଜନାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହୋଇପାରେ। ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ବେପାରରେ ଅଚାନକ ଧନଲାଭ ହେବ।

 

କୁମ୍ଭ: ପାଖଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମୀନ: କୌଣସି କଂପାନିରେ ଚାକିରି ପାଇଁ ଡାକରା ଆସିବ। ଆପଣ ପ୍ରେମସମ୍ବନ୍ଧ ନେଇ ଭାବପ୍ରବଣ ରହିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର