ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦେବ ଦର୍ଶନର ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ଖ୍ୟାତି ବଢ଼ିବ। ଜରୁରୀ କାମରେ ବାପାଙ୍କର ସାହାଯ୍ୟ ପାଇବେ।

ବୃଷ: ଯେଉଁ କାମ କରିବାକୁ ଭାବିବେ ତାହା ମନପ୍ରାଣ ଢାଳି ପୂରା କରିଦେବେ। କୋର୍ଟ ମାମଲାରେ ଆପଣଙ୍କର ଜୟ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।

ମିଥୁନ: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।

କର୍କଟ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।

ସିଂହ: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ବାକି କାମ ପୂରା ହେବ। ଖେଳାଳିମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର କରିବା ପାଇଁ ଦିନଟି ଭଲ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ତୁଳା: ଭାବିଥିବା ସବୁ କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା: ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ।

ଧନୁ: ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭର ଯୋଗ ରହିଛି। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ। ଛାତ୍ରଙ୍କ ମନ ନୂଆ କଥା ଶିଖିବାରେ ଆଗ୍ରହୀ ରହିବ।

ମକର: ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବନ୍ଧୁ ସହ ସମୟ କାଟିବେ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ମୀନ: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ।

ସମ୍ବନ୍ଧିତ ଖବର