ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କୌଣସି ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କର ସଂପର୍କ ସ୍ଥାପନ ହେବ। କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଭାଇ ଭଉଣୀଙ୍କର ସାହାଯ୍ୟ ନେବେ।

 

ବୃଷ: କାହାରିକୁ ଅଯାଚିତ ପରାମର୍ଶ ଦିଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନରେ ଖୁସିର ଆଗମନ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ମିଥୁନ: ଶିକ୍ଷା ସଂସ୍ଥାରେ ଥିବା ଲୋକଙ୍କୁ ବିଶେଷ ଲାଭ ହେବ। ଭାବିଥିବା କାମ ପୂରା ହେବ। ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଭଲ। ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।

କର୍କଟ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଧୈର୍ଯ୍ୟ ଓ ସଂଯମର ସହ କାମ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଆତ୍ମବିଶ୍ବାସ ଛାତ୍ରଙ୍କର କାମରେ ଆସିବ।

ସିଂହ: ଲୋକେ ଆପଣଙ୍କ ଦ୍ବାରା ଯଥେଷ୍ଟ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ କାମର ଖୁବ୍ ପ୍ରଶଂସା ହେବ। ରାଜନୀତିରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ବନ୍ଧୁଙ୍କର ଘରକୁ ଯିବାଆସିବା ଲାଗି ରହିବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଜାୟ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ।

 

ତୁଳା: ବେପାରରେ ସାମାନ୍ୟ ଲାଭ ପାଇବେ। ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିୟରରେ ଉତ୍‌ଥାନପତନର ସ୍ଥିତି ରହିବ। ସହଯୋଗୀଙ୍କ ସାହାଯ୍ୟ କମ୍ ମିଳିପାରେ।

ବିଛା: ଉପରିସ୍ଥ କର୍ମଚାରୀଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ।

 

ଧନୁ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ। ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ରହିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଘରକୁ ପ୍ରିୟବନ୍ଧୁ ଆସିବେ।

 

ମକର: କୌଣସି କାମରେ ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ପ୍ରଚୁର ରହିବ।

 

କୁମ୍ଭ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ନୂଆ ବ୍ୟବସାୟରେ ସଫଳତା ପାଇବେ। ଛାତ୍ରଙ୍କ କ୍ୟାରିୟରରେ ଦିନଟି ନୂଆ ପରିବର୍ତ୍ତନ ଆଣିବ।

ମୀନ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆପଣଙ୍କୁ ଲାଭର ଅବସର ମିଳିବ। କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିପାରନ୍ତି।

ସମ୍ବନ୍ଧିତ ଖବର