ଜାଣନ୍ତୁ ଆଜିର ରାଶିଫଳ

ମେଷ: ବାପା ମାଆଙ୍କ ସହିତ ବସି ଘରର ରୂପରେଖ ତିଆରି କରିବେ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଡାକ୍ତରଙ୍କର ଖ୍ୟାତି ବଢ଼ିବ।

ବୃଷ: ଜୀବନରେ ପରିବର୍ତ୍ତନ ଲାଗି ମାନସ ମନ୍ଥନ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ।

ମିଥୁନ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କିଣାବିକାରେ ଯଥେଷ୍ଟ ଲାଭ ପାଇବେ। ବାଲ୍ୟବନ୍ଧୁ ସହିତ ଦେଖା ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

କର୍କଟ: ଆର୍ଥିକ ମାମଲାରେ ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ସ୍ବାସ୍ଥ୍ୟ ଓ ଖାଦ୍ୟପାନୀୟ ନେଇ ସତର୍କ ରୁହନ୍ତୁ।

ସିଂହ: ଆପଣଙ୍କ ବ୍ୟକ୍ତିତ୍ବର ମହକ ଚାରିଆଡ଼େ ପ୍ରସାରିତ ହେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ଛାତ୍ର କୌଣସି କାମ ସଂପୂର୍ଣ୍ଣ କରିବା ପାଇଁ ବାପାଙ୍କର ସାହାଯ୍ୟ ନେବେ।

କନ୍ୟା: କୌଣସି ପୁରୁଣା ବନ୍ଧୁ ସହିତ ଦେଖା ହେବ। ବ୍ୟବସାୟରେ ଉନ୍ନତି ହେବ। ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ।

ତୁଳା: ଅଫିସରେ ଅଧୁରା କାମ ସଂପୂର୍ଣ୍ଣ କରିବାରେ ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ବିଛା: ଭାଇଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାଧାରଣ ରହିବ। ପ୍ରେମୀଯୁଗଳ ଭ୍ରମଣ ପାଇଁ ଯୋଜନା କରିବେ।

ଧନୁ: ପରିବାର ସହିତ ଅଧିକ ସମୟ କାଟିବେ। ନ ଭାବିଚିନ୍ତି କୌଣସି ମୀମାଂସା କରନ୍ତୁ ନାହିଁ। ଚାକିିରିଆଙ୍କର ଆୟରେ ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ।

ମକର: ପ୍ରତ୍ୟେକ କାମରେ ସାବଧାନ ରହିବା ଦରକାର। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ଛାତ୍ରଙ୍କ କ୍ୟାରିୟରରେ କିଛି ନୂଆ ପରିବର୍ତ୍ତନ ହେବ।

କୁମ୍ଭ: ଆପଣ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦରକାର। ନିଜର କଥା କାହାରିକୁ ଜଣାନ୍ତୁ ନାହିଁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ କୌଣସି ନୂଆ ପ୍ରକଳ୍ପ ମିଳିବ।

ମୀନ: ଅଚାନକ ଧନଲାଭର ଯୋଗ ରହିଛି। ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ସମ୍ବନ୍ଧିତ ଖବର