ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୃହିଣୀଙ୍କର ସମୟ ଘର ସଫାସୁତୁରାରେ ବିତିବ। ବଡ଼ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି।

 

ବୃଷ: କୌଣସି କାମ କରିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣଙ୍କର କଳାତ୍ମକ କ୍ଷମତା ବଢ଼ିବ। ସରକାରୀ ଚାକିରିଆଙ୍କର କାମ ବୋଝ ଅଧିକ ରହିବ।

ମିଥୁନ: ଘରୋଇ କଂପାନିରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ।

କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆଖପାଖର ଗତିବିଧି ଉପରେ ନଜର ରଖନ୍ତୁ। ଘରର ପରିବେଶ ଭଲ ରହିବ।

ସିଂହ: ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଫଳ କମ୍ ମିଳିବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କନ୍ୟା: ଆପଣଙ୍କ ଉପରେ ଘରର ମୁରବିଙ୍କର ଆଶୀର୍ବାଦ ରହିବ। ପୂର୍ବ ସମସ୍ୟାର ସମାଧାନ ହେବ। ଅନ୍‌ଲାଇନ୍‌ ବ୍ୟବସାୟ କରିବାକୁ ଭାବିବେ।

 

ତୁଳା: ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ରାଜନେତାଙ୍କ ପାଇଁ ଦିନଟି ଭଲ। ସାମାଜିକ ପରିସର ବୃଦ୍ଧି ପାଇବ।

ବିଛା: ନିଜର କଥା ଓ ଭାଷାରେ ସଂଯମ ରଖନ୍ତୁ। ବିବାଦଠୁଁ ଦୂରରେ ରୁହନ୍ତୁ। ଜୀବନସାଥୀଙ୍କୁ ମନର କଥା କହିବେ। ବ୍ୟବସାୟରେ ସନ୍ତୋଷଜନକ ଫଳ ପାଇବେ।

 

ଧନୁ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ତରବରିଆ ଭାବେ କାମ କରନ୍ତୁ ନାହିଁ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ଼ ସୁଯୋଗ ମିଳିବ।

 

ମକର: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ବେପାର ବଢ଼ାଇବା ଲାଗି ମନପ୍ରାଣ ଢାଳି କାମ କରିବେ। ଅବିବାହିତ ଲୋକଙ୍କର ବିବାହ ନେଇ ଆଲୋଚନା ହେବ।

 

କୁମ୍ଭ: ଚାକିରିଆଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ କମ୍ ଲାଗିବ।

ମୀନ: ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ୍ଣ କରିନେବେ। ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ। ପ୍ରେମୀଯୁଗଳ ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ।

ସମ୍ବନ୍ଧିତ ଖବର