ମେଷ: କ୍ୟାରିୟର ସମ୍ପର୍କିତ କୌଣସି ମାମଲାର ସମାଧାନ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆର୍ଥିକ ସହାୟତା ମାଗିପାରନ୍ତି।
ବୃଷ: ନିଜର ସ୍ବଭାବକୁ ସଂପୂର୍ଣ୍ଣ କୋମଳ ରଖନ୍ତୁ। ମନର କଥା ମନରେ ରଖନ୍ତୁ, ସମୟ ଆପଣଙ୍କ ସପକ୍ଷରେ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।
ମିଥୁନ: ଅଧିକାଂଶ କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ସାମାଜିକ ସଂଗଠନ ଆରମ୍ଭ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ।
କର୍କଟ: ମନ ଧାର୍ମିକ କାମରେ ଅଧିକ ଲାଗି ରହିବ। ଯୋଜନା ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ କରିବେ। ଆମଦାନିର ନୂଆ ଉତ୍ସ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ସିଂହ: ନିଜର କାମ ନେଇ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆଶ୍ଚର୍ଯ୍ୟଜନକ ହୋଇପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଜୀବନସାଥୀଙ୍କ ସାହାଯ୍ୟ ସହଯୋଗ ପାଇବେ।
କନ୍ୟା: ସାରାଦିନ ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଜରୁରୀ କାମ ପାଇଁ ଅଧିକ ଯାଆସ କରିବାକୁ ପଡ଼ିପାରେ। ପ୍ରେମ ଜୀବନ ଭଲ ରହିବ।
ତୁଳା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ବନ୍ଧୁ ଦେଖା କରିବା ପାଇଁ ଆପଣଙ୍କ ଘରକୁ ଆସିପାରନ୍ତି। ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
ବିଛା: କାମ ସଂପୂର୍ଣ୍ଣ କରିବା ଲାଗି ନିଜ ଉପରେ ଭରସା ରଖନ୍ତୁ ଏବଂ ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ। ଛାତ୍ର କଲେଜ ସାଙ୍ଗଙ୍କ ସହିତ ସମୟ ଅତିବାହିତ କରିବେ।
ଧନୁ: ପରିବାରର କୌଣସି ଦାୟିତ୍ବ ଆପଣଙ୍କ ପାଖକୁ ଆସିବ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ମକର: ନିଜର ଶକ୍ତିକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। କାମ ସକାରାତ୍ମକ ରୂପେ ସଂପୂର୍ଣ୍ଣ ହେବ। କୌଣସି ବଡ଼ ସମାଧାନ କରିବା ପୂର୍ବରୁ ଭଲଭାବେ ବିଚାର କରିନିଅନ୍ତୁ।
କୁମ୍ଭ: ଠିକ୍ ତର୍କରେ କାହାରିକୁ ବି ନିଜ କଥାରେ ସହମତ କରାଇନେବେ। କାରବାରରେ ନୂଆ ଲୋକଙ୍କ ସହିତ ସଂପର୍କ ହେବ। ବିବାହିତଙ୍କ ଲାଗି ଦିନଟି ଭଲ।
ମୀନ: ଦିନଟି ବ୍ୟସ୍ତତାରେ କଟିବ। ସବୁ ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ବେକାରଙ୍କୁ ଚାକିରି ମିଳିପାରେ।