/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବେ। ପ୍ରେମୀଯୁଗଳ ନିଜ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଇଂଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଗରେ ପ୍ରୟୋଗ କରିବେ। ଆପଣ ଉପାର୍ଜନ ଲାଗି ନୂଆ ଯୋଜନା ତିଆରି କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଚାକିରିରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ ଲାଭ ହେବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ପାଇବ। ସନ୍ତାନ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିବା କଥା ଚିନ୍ତା କରିବେ। ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ କାଟିବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଅନ୍ୟ ରାଜ୍ୟରେ ବେପାର କରିବାକୁ ଚାହୁଥିବା ବ୍ୟକ୍ତି କିଛି ଦିନ ଅପେକ୍ଷା କରନ୍ତୁ। ସ୍ବାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ। ତର୍କରେ ସଭିଙ୍କୁ ନିଜ କଥାରେ ସହମତ କରାଇନେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ଦୀର୍ଘ ଦିନରୁ ଲାଗି ରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।
ମୀନ: ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ଇସ୍ପାତ ବ୍ୟବସାୟୀଙ୍କୁ କମ୍ ଲାଭ ମିଳିପାରେ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)