ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କ୍ୟାରିୟରରେ ନିଜ ଗୁରୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂଆ ଯୋଜନାରୁ ଲାଭ ହୋଇପାରେ।

ବୃଷ: କିଛି ଲୋକ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅର୍ଥ ସହ ସଂଶ୍ଳିଷ୍ଟ ପ୍ରସଙ୍ଗ ଆପଣ ହଇରାଣ ହୋଇପାରନ୍ତି।

ମିଥୁନ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

କର୍କଟ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ବଢ଼ିଆ ହେବ। ପାରିବାରିକ ପରିବେଶ ଭଲ ରହିବ।

ସିଂହ: ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। ଜୀବନସାଥୀଙ୍କୁ ହୃଦୟର କଥା କହିବା ଲାଗି ସମୟ ପାଇବେ।

କନ୍ୟା: ନିଜ ଶକ୍ତିକୁ ଭଲ କାମରେ ଲଗାଇ ପାରନ୍ତି। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ।

ତୁଳା: ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଚାକିରିଆଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ।

ବିଛା: କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଦରକାର। ସନ୍ତାନ ସହ ବିବାଦ ହୋଇପାରେ। କାମରେ ସକାରାତ୍ମକ ପରିଣାମ ପାଇପାରିବେ। ନୂଆ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ।

ଧନୁ: ଜୀବନରେ ଆଗକୁ ବଢ଼ିବେ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ଆଖପାଖର ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ମକର: ଅଭାବୀ ଲୋକଙ୍କୁ ସହାୟତାର ହାତ ବଢ଼ାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହୋଇପାରେ। ବନ୍ଧୁ ଠାରୁ କିଛି ଭଲ ଶିକ୍ଷା ଲାଭ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କୁମ୍ଭ: କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଛାତ୍ରଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ହେବେ। ଚାକିରିଆଙ୍କ ଲାଗି ଦିନଟି ଲାଭଦାୟକ। ଦାମ୍ପତ୍ୟ ଜୀବନରେ ଉତ୍ତମ ସାମଞ୍ଜସ୍ୟ ବଜାୟ ରହିବ।

ସମ୍ବନ୍ଧିତ ଖବର