ମେଷ: ଜୀବନସାଥୀଙ୍କୁ ଆର୍ଥିକ ସାହାଯ୍ୟ ଦରକାର ପଡ଼ିପାରେ। ଚାକିରିରେ ବଦଳିର ସୂଚନା ପାଇବେ। କାର୍ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବୃଷ: ଆପଣଙ୍କ ବ୍ୟକ୍ତିତ୍ବର ମହକ ଚାରିଆଡ଼େ ପ୍ରସାରିତ ହେବ। ଆୟ ବଢ଼ାଇବା ପାଇଁ ମସ୍ତିଷ୍କକୁ ନୂଆ ଯୋଜନା ଆସିବ। ଛାତ୍ରଙ୍କୁ ଅଭିଭାବକଙ୍କ ସାହାଯ୍ୟ ମିଳିବ।
ମିଥୁନ: ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। କ୍ୟାରିୟରରେ ବଡ଼ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀଙ୍କ ସହିତ ଭଲରେ ସମୟ କାଟିବେ।
କର୍କଟ: ଅଧୁରା କାମ ପୂରା କରିବାରେ ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
ସିଂହ: ଭାଇ ଭଉଣୀ ଆପଣଙ୍କୁ ସାହାଯ୍ୟର ହାତ ବଢ଼ାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଘନିଷ୍ଠ ବନ୍ଧୁ ଠାରୁ ଖୁସି ଖବର ପାଇବେ।
କନ୍ୟା: ବ୍ୟବସାୟରେ ଧନଲାଭର ଅବସର ମିଳିବ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ତୁଳା: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ବିଶେଷ ମାମଲାକୁ ନେଇ ଆପଣଙ୍କ ମନୋଭାବ ବଦଳି ପାରେ।
ବିଛା: ଆପଣ ନିଜ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦରକାର। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ଉତ୍ତମ ମାର୍ଗଦର୍ଶନ ମିଳିବ।
ଧନୁ: ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସନ୍ଧ୍ୟାରେ ବନ୍ଧୁ ସହିତ ବସି ଦୀର୍ଘ ସମୟ କଥା ହେବେ। ପୂର୍ବ ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ।
ମକର: ଶାନ୍ତ ମନରେ କାମ କଲେ ଯଥେଷ୍ଟ ଲାଭ ପାଇବେ। ଡାକ୍ତରଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଋଣ ପରିଶୋଧ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
କୁମ୍ଭ: ଜୀବନରେ ପରିବର୍ତ୍ତନ ଲାଗି ମାନସ ମନ୍ଥନ କରିବେ। ଆପଣଙ୍କ କଂପାନିକୁ ବଡ଼ କଂପାନି ସହ ଚୁକ୍ତିର ପ୍ରସ୍ତାବ ମିଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।
ମୀନ: କୌଣସି ବିଚାରରେ ମଗ୍ନ ରହିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। କିଣାବିକାରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ରାଜନୀତିରେ ଥିବା ଲୋକଙ୍କୁ ସମ୍ମାନଜନକ ପଦ ମିଳିବ।