ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ଆପଣଙ୍କର ସଚ୍ଚୋଟତା ଚାରିଆଡ଼େ ପ୍ରଶଂସିତ ହେବ।‌

 

ବୃଷ: ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ। ‌

ମିଥୁନ: ଆପଣଙ୍କ ଯୋଜନା ସଫଳ ହେବାରେ ସମୟ ଲାଗିବ। ଅଫିସରେ ସାବଧାନ ରୁହନ୍ତୁ। ଆପଣ କଥାବାର୍ତ୍ତା ବେଳେ ଯେତେ ସଂଯମ ରକ୍ଷା କରିବେ ସେତେ ଭଲ ହେବ।‌

କର୍କଟ: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଅଫିସ କାମରେ ବିଭିନ୍ନ ପ୍ରକାର ଆହ୍ବାନ ଆସିବ। ଧୈର୍ଯ୍ୟ ଧରି ରହିଲେ ସଫଳତା ପାଇବେ।

ସିଂହ: ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଯାନ ସାବଧାନତାର ସହ ଚଳାନ୍ତୁ।

କନ୍ୟା: ଆପଣଙ୍କୁ ଯେଉଁ ଦାୟିତ୍ବ ମିଳିବ ତାକୁ ସହଜରେ ସମ୍ପାଦନ କରିପାରିବେ। ଧନ ସଂଚୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଅନ୍ତରଙ୍ଗ ବନ୍ଧୁ ସହ ମିଳାମିଶା ହୋଇପାରେ।

 

ତୁଳା: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।

ବିଛା: ସମ୍ବନ୍ଧରେ ଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଲାଗି ଭଲ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ କାମରେ ଆସିବ।

 

ଧନୁ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ବାକି କାମ ସଂପୂର୍ଣ୍ଣ କରିବେ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। ପରିବାରରେ ଖୁସିର ମାହୋଲ ରହିବ।

 

ମକର: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

କୁମ୍ଭ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କ୍ରିୟାନ୍ବିତ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଜସେବା ସଂସ୍ଥା ସହ ଯୋଡ଼ିହେବାର ଅବସର ପାଇବେ।

ମୀନ: ଅଫିସର କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ। ସମ୍ମୁଖକୁ ଆସୁଥିବା ଆହ୍ବାନର ଦୃଢ଼ ମୁକାବିଲା କରିପାରିବେ।

ସମ୍ବନ୍ଧିତ ଖବର