ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ବୃଷ: ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ। ଅଫିସରେ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ମନର କଥା ଜୀବନସାଥୀଙ୍କୁ କହିବେ।

ମିଥୁନ: ଡ଼ାକ୍ତରଙ୍କ ଲାଗି ଦିନଟି ଉତ୍ସାହରେ ପରିପୂର୍ଣ୍ଣ ରହିବ। ସମସ୍ତଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର କଲେ ସମ୍ମାନ ବଢ଼ିବ। ରାଜନେତା ନୂଆ କାମ କରିବା ଲାଗି ଉତ୍ସୁକ ହେବେ।

କର୍କଟ: ସମ୍ପର୍କରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେବ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ସିଂହ: କଲେଜରେ ନୂଆ ସାଙ୍ଗ ଗଢ଼ିବାକୁ ଉପାୟ ପ୍ରସ୍ତୁତ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ନିଜ ଲୋକଙ୍କ ପ୍ରତି ଆପଣଙ୍କର ସ୍ନେହ ବଢ଼ିବ।

କନ୍ୟା: ଲୋକମାନଙ୍କ ମଧ୍ୟରେ ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଅଚାନକ ଖୁସି ଖବର ପାଇବେ। ଜମି ସଂପର୍କିତ କାମ ସଂପୂର୍ଣ୍ଣ ହୋଇଯିବ।

ତୁଳା: ଦିନଟି ବହୁତ ଶୁଭ ରହିବ। ନିଷ୍ପତ୍ତି ଗ୍ରହଣରେ ପରିବାର ଲୋକ ସହଯୋଗ କରିବେ। ଦୋକାନୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି।

ବିଛା: ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। କୌଣସି ଖୁସି ଖବର ପାଇବେ। ଜମି ଦଲାଲଙ୍କର ବଡ଼ ଡିଲ୍ ଫାଇନାଲ ହୋଇଯିବ। ମାଆ ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ।

ଧନୁ: ସବୁ ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ଆପଣଙ୍କ ପିଲା ବ୍ୟବସାୟରେ ପୂରା ସହଯୋଗ କରିବେ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।

ମକର: ନୂଆ କାମରେ ଭାଗ୍ୟର ପୂରା ସହଯୋଗ ମିଳିବ। ଲେଖକ ନୂଆ ପୁସ୍ତକ ଲେଖିପାରନ୍ତି। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ।

କୁମ୍ଭ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆୟରେ ବୃଦ୍ଧି ହେବ। ପଦୋନ୍ନତି ପାଇଁ ଅଧିକ ପରିଶ୍ରମ କରିବା ଦରକାର। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ କାଟିବେ।

ମୀନ: ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କୁ ବ୍ୟବସାୟର ନିୟମ ଶିଖାଇବ। ଶିକ୍ଷକ କୌଣସି ଜରୁରୀ ଆଲୋଚନାରେ ଯୋଗ ଦେବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ।

ସମ୍ବନ୍ଧିତ ଖବର