publive-imageମେଷ: ଛୋଟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ। ‌

Advertisment

publive-imageବୃଷ: ଦିନଟି ଅପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁରାଷ୍ଟ୍ରୀୟ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିବ। ନିଜର ବଜେଟ ଅନୁସାରେ ନୂଆ ବ୍ୟବସାୟରେ ନିବେଶ କରନ୍ତୁ।

publive-imageମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ଜୀବନକୁ ନୂଆ ମୋଡ଼ ଦେବା କଥା ଭାବି ପାରନ୍ତି। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଆରାମଦାୟକ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ।

publive-image

କର୍କଟ: ନିଜ କ୍ୟାରିଅର ନେଇ ମାନସ ମନ୍ଥନ କରିବେ। ଅଫିସରେ ବରିଷ୍ଠଙ୍କ ଠାରୁ ନୂଆ କଥା ଶିଖିବାକୁ ମିଳିବ। ଭଲ ବନ୍ଧୁ ସୃଷ୍ଟି ହେବେ। ମଧୁମେହ ରୋଗୀ ଆରାମ ପାଇବେ।

publive-imageସିଂହ: ଦିନଟି ଉତ୍ସାହଜନକ ରହିବ। ଇଂଜିନିଅର କୌଣସି ନୂଆ ଲକ୍ଷ୍ୟ ହାସଲ କରିବେ। କାହାରି ଠାରୁ ନେଇଥିବା ଧାର ପରିଶୋଧ କରିବେ। ଭଲ ଜାଗାକୁ ବୁଲି ଯାଇପାରନ୍ତି।

publive-imageକନ୍ୟା: ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ।

publive-imageତୁଳା: ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ବ୍ୟବସାୟରେ କିଛି ସାମଗ୍ରୀ କିଣି ପାରନ୍ତି। ପରିବାରରେ ଶାନ୍ତିର ପରିବେଶ ରହିବ। ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।

publive-imageବିଛା: ସାରା ଦିନ ସୁସ୍ଥ ସବଳ ଅନୁଭବ କରିବେ। ଲେଖକ କୌଣସି ପୁସ୍ତକ ରଚନା ସମାପ୍ତ କରିବେ। ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ। ଉଚ୍ଚ ଶିକ୍ଷା ଲାଗି ଦିନଟି ବହୁତ ଭଲ।

publive-imageଧନୁ: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କ୍ରିକେଟ୍‌ ଖେଳାଳି କୋଚ୍‌ଙ୍କ ଠାରୁ କିଛି ନୂଆ ଶିଖିବେ।

publive-imageମକର: ଆପଣଙ୍କ ଧ୍ୟାନ ପୂଜାପାଠରେ ଲଗାନ୍ତୁ ଶୁଭଫଳ ପାଇବେ। ଅଫିସରେ ଅନ୍ୟମାନଙ୍କ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ, ସଫଳତା ପାଇବେ।

publive-image

କୁମ୍ଭ: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। ଅଫିସରେ କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। କ୍ରିକେଟ୍‌ ଖେଳା‌ଳିମାନେ ଅଭ୍ୟାସରେ ଅଧିକ ପରିଶ୍ରମ କରିବେ।

publive-imageମୀନ: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ।