publive-imageମେଷ: ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଚାକିରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀଯୁଗଳଙ୍କୁ ଦିନଟି ଖୁସି ଦେବ।

Advertisment

publive-imageବୃଷ: ଆପଣ ସପ୍ତାହର ସବୁ କାମ ପୂରା କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସାମାଜିକ ପରିସର ବୃଦ୍ଧି ହେବ।

publive-imageମିଥୁନ: କାହାରି ମାମଲାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ବନ୍ଧୁ ଦେଇଥିବା ପରାମର୍ଶ ଗ୍ରହଣ କରନ୍ତୁ। ପିଲାମାନଙ୍କ ପାଠପଢ଼ାକୁ ନେଇ ଆପଣ ସତର୍କ ରହିବା ଦରକାର।

publive-image

କର୍କଟ: କୋର୍ଟ ମାମଲାରେ ନିସ୍ତାର ପାଇବେ। ଇଂଜିନିଅରଙ୍କ ଲାଗି ଦିନଟି କିଛି ପରିବର୍ତ୍ତନ ଆଣିବ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରିୟ ବ୍ୟକ୍ତିଙ୍କ ଭାବନାକୁ ସମ୍ମାନ କରିବେ।

publive-imageସିଂହ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ଜୀବନସାଥୀ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ସୁସ୍ଥ ଓ ସତେଜ ରହିବେ।

publive-imageକନ୍ୟା: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ ଉନ୍ନତି ହେବ। ଖୁସି ଖବର ପାଇବେ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।

publive-imageତୁଳା: ଆପଣଙ୍କର ମାନ ସମ୍ମାନ ବଢ଼ିବ। ବିଦେଶୀ କଂପାନି ସହ ବୁଝାମଣା ହେବାର ଯୋଗ ଅଛି। ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ। ରାଜନୀତିରେ ସଫଳତା ପାଇବେ।

publive-imageବିଛା: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେଆପେ ଶେଷ ହୋଇଯିବ। ଧର୍ମକାର୍ଯ୍ୟ କରିବେ। ପିଲାମାନେ ନିଜର ମନର କଥା ବାପାମାଆଙ୍କୁ କହିବେ। ‌

publive-imageଧନୁ: ଦାମ୍ପତ୍ୟ ଜୀବନରୁ ଆତ୍ମସନ୍ତୋଷ ମିଳିବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରକଳ୍ପ ପୂରା କରିବାରେ ସଫଳ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

publive-image
ମକର: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଆପଣଙ୍କ ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

publive-image

କୁମ୍ଭ: ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିପାରିବେ। ପ୍ରେମ ଜୀବନରେ ମଧୁରତା ଆସିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ।
publive-image

ମୀନ: ଆତ୍ମବିଶ୍ବାସ ବଳରେ ଆପଣଙ୍କ କାମ ପୂରା କରିନେବେ। ବ୍ୟବସାୟ କାମ ପାଇଁ ଦୂର ସ୍ଥାନକୁ ଯିବେ। ବୈବାହିକ ଜୀବନ ସୁଖମୟ ହେବ।