publive-imageମେଷ: ଆପଣଙ୍କ ବିଚାରରେ ପରିବର୍ତ୍ତନ ଆସିବ। ବେପାରରେ ଯଥେଷ୍ଟ ଲାଭ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

Advertisment

publive-imageବୃଷ: ଆତ୍ମବିଶ୍ବାସ ବଳରେ ବହୁତ କିଛି କରିପାରିବେ। ରାସ୍ତାରେ ଯିବା ସମୟରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବେ। ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ।

publive-imageମିଥୁନ: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଜୀବନସାଥୀ ସହିତ ଖୁସିର ସମୟ ଅତିବାହିତ କରିବେ। ପୁଞ୍ଜି ଲଗାଇବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ।

publive-image

କର୍କଟ: କ୍ୟାରିୟର ସମ୍ପର୍କରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ରକ୍ଷା କରି ରହିବେ।

publive-imageସିଂହ: ଘରେ ଶୁଭକାର୍ଯ୍ୟ ସଂପନ୍ନ ହେବ। କାମରେ ଚାପ ଅନୁଭବ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।

publive-imageକନ୍ୟା: କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ପ୍ରଦର୍ଶନ କରିବେ। ବ୍ୟାଙ୍କ ବାଲାନ୍‌ସ ବଢ଼ିବ। ରାଜନୈତିକ ପ୍ରସଙ୍ଗରେ ଆପଣଙ୍କ ବିଚାର ପ୍ରକଟ କରିବେ।

publive-imageତୁଳା: ଯେଉଁ କାମ ହାତକୁ ନେବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଦେଖାଇବେ। ଜୀବନସାଥୀ ଆପଣଙ୍କୁ ଖୁସି କରାଇବେ। ନୂଆ ଜମି କିଣିବାକୁ ମନସ୍ଥ କରିବେ।

publive-imageବିଛା: ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ। ଓକିଲଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ପରୀକ୍ଷା ପ୍ରସ୍ତୁତ କରୁଥିବା ଛାତ୍ରଙ୍କ ଲାଗି ସମୟ ଶୁଭ।

publive-imageଧନୁ: ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ହେବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ। ପରିବାର ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ।

publive-image
ମକର: ରୋଜଗାର ପାଇଁ ସୁଯୋଗ ପାଇବେ। ବରିଷ୍ଠଙ୍କ ସହିତ ବାଦବିବାଦ କରନ୍ତୁ ନାହିଁ। ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି। ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।

publive-image

କୁମ୍ଭ: ଭାଗୀଦାରିରେ କାରବାର ଆରମ୍ଭ କରିପାରନ୍ତି। ଜୀବନସାଥୀ ସହିତ ବୈବାହିକ ଉତ୍ସବରେ ସାମିଲ ହେବେ। ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ।
publive-image

ମୀନ: ଆପଣଙ୍କର ସୁଖ ସୁବିଧା ବଢ଼ିବ। ଚାକିରିରେ ବେତନ ବୃଦ୍ଧି ହେବ। ପରିବାର ଗହଣରେ ଅଧିକ ସମୟ କାଟିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।