publive-image

Advertisment

ମେଷ: ବେପାରକୁ ନେଇ ମନରେ ନୂଆ ବିଚାର ଆସିବ। ଜୀବନରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଛାତ୍ର ଅଧିକ ପରିଶ୍ରମ କରନ୍ତୁ।

publive-image

ବୃଷ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

publive-image

ମିଥୁନ: ଅଫିସରେ ଅଧିକ କାମ କରିବେ। ଆୟ ଉତ୍ସରେ ସ୍ଥିରତା ରହିବ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହୋଇଯିବ।

publive-image

କର୍କଟ: କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆସିପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

publive-image

ସିଂହ: ଧର୍ମକାର୍ଯ୍ୟରେ ମନ ଲାଗି ରହିବ। ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଭଲ। ବନ୍ଧୁ ସହଯୋଗରେ ଅଶାନ୍ତିର ସମାଧାନ ବାହାରିବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

publive-image

କନ୍ୟା: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଆପଣଙ୍କ କଂପାନି କୌଣସି ବଡ଼ କଂପାନି ସହିତ ଚୁକ୍ତି କରିବ। ସାଥୀଙ୍କ ସହିତ ସିନେମା ଦେଖିବା ପାଇଁ ଯୋଜନା କରିବେ।

publive-image

ତୁଳା: ଘର କାମରେ ସମୟ ଦେବେ। ଅତୀତର ସ୍ମୃତି ତାଜା ହେବ। ବନ୍ଧୁ ସହିତ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ।‌

publive-image

ବିଛା: କୌଣସି ବିଶେଷ ଖବର ପାଇବେ। କୋର୍ଟ କଚେରି ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶଂସା କରିପାରନ୍ତି। ପାରିବାରିକ ଜୀବନ ସୁଖକର ହେବ।

publive-image

ଧନୁ: ଅଫିସରେ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ। ପରିବାର ସହିତ ଆନନ୍ଦମୟ ସମୟ କାଟିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

publive-image

ମକର: ଲୋକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ଉନ୍ନତି ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ରାଜନେତାଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବେକାରଙ୍କୁ ରୋଜଗାର ମିଳିପାରେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

publive-imageମୀନ: ପରିବାର ଲୋକଙ୍କ ଗହଣରେ ଅଧିକ ସମୟ କାଟିବେ। ବେପାରରେ ଲାଭ ହେବ। ରାଜନେତାମାନେ ଜନତାଙ୍କ ସହ ତାଳମେଳ ବଜାୟ ରଖିବା ଦରକାର।