ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆର୍ଥିକ ମାମଲାରେ ସଂପର୍କୀୟଙ୍କ ଠାରୁ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କୁ ଗୁରୁଜନଙ୍କ ସାହାଯ୍ୟ ମିଳିବ। ସତର୍କତା ଅବଲମ୍ବନ କଲେ ବଡ଼ ଅଶାନ୍ତିକୁ ଅତିକ୍ରମ କରିଯିବେ।

ବୃଷ: ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଭଲ ରହିବ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ଘର ନିର୍ମାଣ ଲାଗି ଯୋଜନା କରିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

ମିଥୁନ: କୌଣସି ରଚନାତ୍ମକ କାମ କରିବେ। ବେପାରରେ ଲାଭର ସମ୍ଭାବନା ରହିଛି। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କର୍କଟ: ବାପା ମାଆଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଘରକୁ ନୂଆ ବନ୍ଧୁ ଆସିପାରନ୍ତି। ବିଶେଷ କାମ ଲାଗି ପରିବାର ଲୋକେ ଆପଣଙ୍କ ଉପରେ ଭରସା କରିବେ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କଳା ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

କନ୍ୟା: ଆପଣ ଭଲ ଖବର ପାଇବେ। କେମିକାଲ୍ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଉତ୍ସାହିତ କରିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ତୁଳା: ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। କାରବାର ସମ୍ବନ୍ଧୀୟ କାମରେ ଦୂର ସ୍ଥାନକୁ ଯିବାର ଯୋଗ ଅଛି। ନିଜ ଜିନିଷ ଉପରେ ବିଶେଷ ଧ୍ୟାନ ରଖନ୍ତୁ।

ବିଛା: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।

ଧନୁ: ପୂଜାପାଠରେ ସମୟ ବିତିବ। ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯାଆନ୍ତୁ, ଆପଣଙ୍କୁ ଖୁସି ମିଳିବ।

ମକର: ବନ୍ଧୁ ଠାରୁ ଭଲ ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କ କାମ ସରଳ ହୋଇଯିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଫ୍ୟାସନ୍ ଡିଜାଇନର୍‌ଙ୍କୁ ଭଲ ସୁଯୋଗ ମିଳିବ।

କୁମ୍ଭ: ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କ୍ୟାରିୟରରେ ଆପଣଙ୍କୁ ବଡ଼ ସଫଳତା ମିଳିବ।

ମୀନ: ପାରିବାରିକ ଜୀବନ ଉତ୍ସବମୁଖର ହେବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ହେବେ।

ସମ୍ବନ୍ଧିତ ଖବର